ନକଲି ଡାକ୍ତର ଗିରଫ ; ବହୁ ପରିମାଣର ଓøଷଧ ଜବତ

ନକଲି ଡାକ୍ତର ଗିରଫ ; ବହୁ ପରିମାଣର ଓøଷଧ ଜବତ
ନକଲି ଡାକ୍ତର ଗିରଫ ; ବହୁ ପରିମାଣର ଓøଷଧ ଜବତ

  • ଭୁବନେଶ୍ୱର,୨୮ ।୮ : ରାଜଧାନୀରେ ବହୁ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଏସିଡିଟିରୁ ଆରମ୍ଭ କରି କ୍ୟାନ୍ସର, ଓଜନ କମାିବା ଠାରୁ ନେଇ ସୁନ୍ଦର ଦେଖାଯିବା ପର୍ଯ୍ୟନ୍ତ ସବୁକିଛି ଗୋଟିଏ ଚୁଟକିରେ ସମାଧାନ ହୋଇଯିବ କହି ନକଲି ଓøଷଧ ଦେଇ ଠକୁଥିବା ଜଣେ କୁଖ୍ୟାତ ନକଲି ଡାକ୍ତରକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଠକ ଜଣଙ୍କ କିଛି ମହିଳାଙ୍କୁ ଲକ୍ଷାଧିକ ଟଙ୍କାର ଓøଷଧ ମଧ୍ୟ ବିକ୍ରି କରିଦେଇଛି । ହେଲେ ଏସବୁ ଖାଇବା ପରେ ଦେହ ସୁନ୍ଦର ଦେଖାଯିବା ବଦଳରେ ଦେହ ସବୁ ଫଳିବା ଆରମ୍ଭ ହୋଇଥିଲା । ଏନେଇ ନକଲି ଡାକ୍ତରକୁ ଫୋନ କରି ପଚାରିବା ବେଳେ ସେ ଆଉ ଫୋନ୍ ଉଠାଇନଥିଲା । ଫଳରେ ଏନେଇ କିଛି ମହିଳା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଢ଼େଙ୍କାନାଳ ଜିଲ୍ଲାର ଅଜୟ କୁମାର କାଣ୍ଡି । ଅଭିଯୁକ୍ତ ବାଇକ ଆମ୍ବୁଲାନ୍ସରେ ବୁଲିବା ସହ ମହିଳାଙ୍କୁ ଭିଡ଼ିଓ କଲ ମାଧ୍ୟମରେ ଦେହକୁ ଦେଖି ଓøଷଧ ଦେଉଥିବା ଜଣାପଡ଼ିଛି ।
     ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ବୈକୁଣ୍ଠ ସାହୁ ତାଙ୍କ ସ୍ତ୍ରୀଙ୍କୁ ଜଣେ ଅଭିଯୁକ୍ତ ଅଜୟ କୁମାର କାଣ୍ଡି ନାମକ ନକଲି ଡାକ୍ତର  ୧ ଲକ୍ଷ ୧୬ ହଜାର ଟଙ୍କାର ୭ ଦିନ ଭିତରେ ସୁନ୍ଦର ଦେଖାଯିବାକୁ କହି ଓ ବିଭିନ୍ନ ରୋଗ ଭଲ ହେବାକୁ କହି ଓøଷଧ ଦେଇଥିଲା । ହେଲେ ସୁନ୍ଦର ଜାଗାରେ ମୁହ ଓ ଦେହସାରା ଫଳିବା ଆରମ୍ଭ ହୋଇଥିଲା । ଏନେଇ ତାକୁ ଫୋନ କରିବାରୁ ସେ ଆଉ ଆମ ଫୋନ ଉଠାଉନାହିଁ । ଏନେଇ ଆମେ ଅନ୍ୟ ଡାକ୍ତରଙ୍କୁ ଦେଖାଇବାରୁ ସେ ଆମକୁ ନକଲି ଓøଷଧ ଖାଇ ଏଭଳି ଅବସ୍ଥା ହୋଇଥିବା କହିଥିଲେ । ଯାହାକୁ ନେଇ ଅଭିଯୋଗକାରୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଜାଣିବାକୁ ପାଇଥିଲା ନକଲି ଡାକ୍ତର ଜଣଙ୍କ ମହିଳାଙ୍କୁ ମିଥ୍ୟ କହି ନକଲି ଓøଷଧ ଦେଇ ୧ ଲକ୍ଷ ୧୬ ହଜାର ଟଙ୍କା ଠକେଇ କରିଛି । ପରେ ଅଭିଯୁକ୍ତର ମୋବାଇଲକୁ ଟ୍ରାକିଂ କରି ଆଜି ତାକୁ ଗିରଫ କରାଯାଇଛି । ତାଠାରୁ ୫୦ ହଜାର ଟଙ୍କାର ଓøଷଧ ମଧ୍ୟ ଜବତ କରାଯାଇଛି । ଯାହାକି ଅଭିଯୁକ୍ତ ନିଜେ ତିଆରି କରିଥିବା ନକଲି ଓøଷଧ ଅଟେ ।