ଶୋଇଥିବା ବେଳେ ଘରୁ ମୋବାଇଲ ଚୋରି ; ଲୁଟେରା ଗିରଫ

ଶୋଇଥିବା ବେଳେ ଘରୁ ମୋବାଇଲ ଚୋରି ; ଲୁଟେରା ଗିରଫ


ଭୁବନେଶ୍ୱର, ୩୦ା୫ : ଦିନ ଦିପହରେ ଘରେ କବାଟ ଖୋଲି ଶୋଇଥିବା ବେଳେ ଘରେ ପଶି ଦାମି ମୋବାଇଲ ଲୁଟ୍ କରି ଲୁଟେରା ଫେରାର । ଏନେଇ ଅଭିଯୋଗକାରୀ ଅଭିଜିତ ସାହୁ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିଛି । ତାଠାରୁ ଚୋରା ମୋବାଇଲ ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ସାଲିଆସାହି ମୈତ୍ରୀ ନଗରର କ୍ରିଷ୍ଠା ନାୟକ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ଅଭିଜିତ ଜୟଦେବ ବିହାର ଅନ୍ତର୍ଗତ ପ୍ଲଟ୍ ନମ୍ବର-୨୦୮/୩୫୨୨ରେ ରୁହନ୍ତି । ଗତ ୨୯ ତାରିଖ ଅପରାହ୍ନରେ ସେ ଘରେ ନିଦରେ କବାଟ ଖୋଲି ଶୋଇଥିବା ବେଳେ, ଅଭିଯୁକ୍ତ ଜଣକ ଘରେ ପଶି ତାଙ୍କର ୯୦ ହଜାର ଟଙ୍କାର ମୋବାଇଲକୁ ଚୋରି କରି ଫେରାର ହୋଇଯାଇଥିଲା । ପରେ ଅଭିଯୋଗକାରୀ ନିଦରୁ ଉଠି ମୋବାଇଲ ଖୋଜିବା ପରେ ମଧ୍ୟ ମୋବାଇଲ ନ ମିଳିବାରୁ ସେ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ୩୨୩ରେ ମାମଲା ରୁଜୁକରି ମୋବାଇଲ ଟ୍ରାକିଂରେ ପକାଇ ଅଭିଯୋଗର ୪ ଘଣ୍ଟା ଭିତରେ ଗୁରୁବାର ସକାଳୁ ଲୁଟେରାକୁ ସାଲିଆସାହିରୁ ଗିରଫ କରାଯାଇଛି । ପରେ ତାକୁ ଦଫା ୩୮୦ରେ କୋର୍ଟ ଚାଲାଣ କରାଯାଇଛି ।