ନଳିପୁରରୁ ଚାଲାଣ ହେଉଥିଲା ପଶ୍ଚିମବଙ୍ଗ : ଗୋରୁ ବୋଝେଇ କଣ୍ଟେନରକୁ ଜବତ କଲା ପୁଲିସ
ଯାଜପୁର : ବାଲିଚନ୍ଦ୍ରପୁର ଥାନା ନଳିପୁରରୁ ପଶ୍ଚିମବଙ୍ଗକୁ ହେଉଥିଲା ଗୋ-ଚାଲାଣ । କୈାଣସି ସୂତ୍ରରୁ ଖବର ପାଇ ବଡ଼ଚଣା ପୁଲିସ କୁନ୍ଦଳସ୍ତ ବେଣାପୁର ନିକଟରୁ ଅଧରାତିରେ ୟୁପି ୭୮ସିଟି-୦୪୪୧ ନଂ ବିଶିଷ୍ଟ କଣ୍ଟେନରକୁ ଜବତ କରିଛି । ସ୍ଥାନୀୟ କିଛି ଯୁବକଙ୍କ ସହଯୋଗରେ ପୁଲିସ ଜବତ କରିଥିବା କଣ୍ଟେନରକୁ ଥାନାକୁ ଆଣିଥିଲା । ଥାନାରେ କଣ୍ଟେନର କବାଟ ଖୋଲିବା ପରେ ଅତି ଅମାନୁସିକ ଭାବେ ଗୋରୁ ଗୁଡ଼ିକୁ ଚାଲାଣ କରାଯାଉଥିବା ଏବଂ ବହୁସଂଖ୍ୟକ ଗୋ-ସଂପଦଙ୍କ ଶୋଚନୀୟ ମୃତୁ୍ୟ ଘଟିଥିବା ଦେଖିବାକୁ ପାଇଥିଲା । ଏଣୁ କଣ୍ଟେନରକୁ ପୁଲିସ ବେଣାପୁର ନିକଟକୁ ଆଣି ଫାଟକ ଖୋଲି ଗୋରୁ ବାହାର କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା । ଗୋ-ସଂପଦର ଗୋଡ଼ ଗୁଡିକୁ ବନ୍ଧା ଯିବା ସହ ମୁହଁକୁ ମଧ୍ୟ ବାନ୍ଧି ଦିଆଯାଇ ପକାଇ ଦିଆଯାଇଥିଲା । ଅକ୍ଳାନ୍ତ ପରିଶ୍ରମ ପରେ ୨୯ଟି ଗୋରୁକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ୩୦ରୁ ଅଧିକ ଗୋରୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖଇରା ପାଖରେ ଚିକିସôିତ କରି ଗୋଶାଳାରେ ଛଡ଼ାଯାଇଥିଲା । ବଡ଼ଚଣା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଖଇରାପାଖ ପଡ଼ିଆରେ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ମୃତ ଗୋରୁଙ୍କ ସମୂହ ସକôାର କରାଇଥିଲା । ତେବେ ପ୍ରଶ୍ନ ଉଠୁଛି, ନଳିପୁରରୁ ବୋଝେଇ ହୋଇ କଣ୍ଟେନର ୫୩ନଂ ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଏହା କିଭଳି ବାଲିଚନ୍ଦ୍ରପୁର ଥାନା ପୁଲିସ ଜାଣିପାରିଲାନି । ବଡ଼ଚଣା ଥାନାରେ ଅଧିକାରିଣୀ ଭାବେ ଯୋଗ ଦେବା ପରେ ଅନୁନ୍ୟ ୭ଶହରୁ ଅଧିକ ଗୋରୁ ଜବତ କରିବାକୁ ସମର୍ଥ ହେଲେଣି । ବଡ଼ଚଣା ଥାନା ଦେଇ ଯାଉଥିବା ବେଳେ ପୁଲିସ ଛୋଟବଡ଼ ଗୋରୁ ବୋଝେଇ ଗାଡ଼ି ଜବଦ କରିବାକୁ ସମର୍ଥ ହେଉଥିବା ବେଳେ ଅନ୍ୟଥାନା ପୁଲିସ କାହିଁକି ହାତ ଟେକି ଦେଇ ବସୁଛନ୍ତି, ତାହା ବଡ଼ ସନେ୍ଦହ ସୃଷ୍ଟି କରିଛି । ଯାହା ଫଳରେ ଗୋ ଚାଲାଣରେ ସାମିଲ ଗୋ-ତସ୍କରୀଙ୍କ ସାହସ ବଢିବାରେ ଲାଗିଛି, ଏବଂ ଅମାନୁସିକ ଭାବେ ଗୋ-ସଂପଦ ଚାଲାଣ କରିବାକୁ ପଛାଉ ନାହାନ୍ତି ।