ନହଙ୍ଗ ୟୁପି ସ୍କୁଲର ବାର୍ଷିକୋତ୍ସବ

 ଖଇରା: ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟରେ ୩ଦିନ ଧରି ଚାଲିଥିବା ପ୍ରତିଯୋଗିତା ଓ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଅନିତାରାଣି ନାୟକଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଅଧ୍ୟାପିକା ଜ୍ୟୋତ୍ସ୍ନାବାଳା ଦାସ, ଅଳକାନନ୍ଦା ସାହୁ, ସୁଲୋଚନା ଦାସ ଓ କ୍ରୀଷ୍ଣାରାଣୀ ଖଟୁଆ, ଅଧ୍ୟାପକ ଅର୍ଜୁନ ଚରଣ ଲେଙ୍କା, ବସନ୍ତ ସୂତାର ଓ ବିଷ୍ଣୁପଦ ରାଉଳ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପିଲାଙ୍କୁ ଶୃଙ୍ଖଳିତ ହେବାକୁ ଅତିଥିମାନେ ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କାରିଥିବା ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କର୍ମଚାରୀ କସ୍ତୁରୀକନିକା ଦାସ, ଗାୟତ୍ରୀ ଦାସ, ମହଶ୍ୱେର ବାରିକ, ଲକ୍ଷ୍ମୀଧର ଜେନା, ରମା ଦାସ, ମହେଶ୍ୱର ଦାସ ପ୍ରମୁଖ ସହଯୋଗ କରିଥିଲେ ।