ଓୟୁଜେର ଦାବିପତ୍ର ପ୍ରଦାନ
ନବରଙ୍ଗପୁର : ରାଜ୍ୟର ସାମ୍ବାଦିକ ମାନଙ୍କର ସାମୁହିକ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ସାମ୍ବାଦିକ ୟୁନିୟନ ଆଉ ନୀରବଦ୍ରଷ୍ଟା ହୋଇ ବସି ନରହି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚରମ ନିଷ୍ପରି ଗ୍ରହଣ କରିଛି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବାର ୮ମାସ ବିତିଯାଇଥିଲେ ମଧ୍ୟ ସାମ୍ବାଦିକମାନଙ୍କର ୩ଦଫା ନ୍ୟାର୍ଯ୍ୟ ଦାବୀ ପୂରଣ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ ବରଂ ତାହା ପ୍ରତିଶୃତିରେ ହିଁ ରହି ଯାଇଛି ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରିବା, ପେନସନ ଓ ଅଧ ସ୍ୱୀକୃତି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଆଦି ୩ଦଫା ଦାବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଓୟୂଜେ ସଦାସର୍ବଦା ଦାବି ଉପସ୍ଥାପନ କରି ଚାଲିଛି । ଏହି ଦାବିଗୁଡ଼ିକ ପୂରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ଅଦ୍ୟାବଧ ପୂରଣ ହୋଇନାହିଁ । ଇତିମଧ୍ୟରେ ଦେଶର ୧୮ଟି ରାଜ୍ୟରେ ସରକାର ସାମ୍ବାଦିକ ମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରି ସାରିଲେଣି । ଆମ ରାଜ୍ୟ ସରକାର ଏ ଦିଗରେ ବହୁ ପଛରେ ରହିଛନ୍ତି । ରାଜ୍ୟ ସଂଘର ସଭାପତି ପ୍ରସନ୍ନ କୁମାର ମହାନ୍ତିଙ୍କ ନିଦେ୍ର୍ଦଶ କ୍ରମେ ଓଡ଼ିଶା ସାମ୍ବାଦିକ ୟୁନିୟନ ନବରଙ୍ଗପୁର ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହ?ନ ଚରଣ ମାଝୀଙ୍କ ଉଦେ୍ଦଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସମେତ ସୋମ୍ପାଦକ ଚିଦାନନ୍ଦ ସାହୁ ,କୋଷାଧକ୍ଷ ଖଗେଶ୍ୱର ମହାକୁଡ, ଫାଲ୍ଗୁନୀ ପାତ୍ର, ଚନ୍ଦ୍ରଶେଖର ଜେନା, ମହେଶ୍ୱର ବେହେରା, ମୁନ୍ନା ଦଳେଇ, ଶିବଶଙ୍କର ପାଢ଼ୀ, ଶିବପ୍ରଶାଦ ପଣ୍ଡା, ଗୌତମ ଅଗ୍ରୱାଲ, ସୀମାଦ୍ରି ପଟନାୟକ, ନନ୍ଦ କୁମାର ବିଶୋଇଙ୍କ ସମେତ ଓୟୁଜେ ସଂଘର ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।