ବିଜେପିର ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଭାଜପା କାର୍ଯ୍ୟାଳୟ ଠାରେ ଉମରକୋଟ ଓ ଝରିଗାଁ ନିର୍ବାଚନ ମଣ୍ଡଳୀକୁ ନେଇ ଏକ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା  । ଏହି ଶୋକସଭା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡଃ ଦେବେନ୍ଦ୍ର ପ୍ରଧାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି କରାଯାଇଥିଲା  । ସ୍ମରଣ ଥାଉକି ଗତ ୧୭ ମାର୍ଚ୍ଚ ଦିନ ଡଃ ଦେବେନ୍ଦ୍ର  ପ୍ରଧାନଙ୍କ ଦିଲ୍ଲୀ ଠାରେ ୮୩ ବର୍ଷ ବୟସରେ ଇହଲୋକ ତ୍ୟାଗ କରିଥିଲେ  । ଡଃ ପ୍ରଧାନ ହେଉଛନ୍ତି ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା  ଡଃ ପ୍ରଧାନଙ୍କ ଜନ୍ମ ୧୬ ଜୁଲାଇ ୧୯୪୧ ଢେଙ୍କାନାଳ ଜିଲ୍ଲାରେ ହୋଇଥିଲା । ସେ କଟକ ଏସ୍ସିବି ମେଡିକାଲର ଜଣେ ଡକ୍ଟର ଥିଲେ ଏବଂ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଓ ଭାଜପାର ଜଣେ ସଦସ୍ୟ ମଧ୍ୟ ଥିଲେ  । ତାଙ୍କରି ରାଜନୀତି ଜୀବନ ଆରମ୍ଭ ପ୍ରଥମ ଓଡିଶା ତାଳଚେର ମଣ୍ଡଳର ମଣ୍ଡଳ ସଭାପତିରୁ ଆରମ୍ଭ କରିଥିଲେ  । ୧୯୮୦ ରୁ ୧୯୮୩ ପର୍ଯ୍ୟନ୍ତ  ।୧୯୮୩-୧୯୮୫ ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ସଭାପତି ଦ୍ୱିତୀୟ ଥର ପୁଣି ୧୯୮୫-୮୮ ଜିଲ୍ଲା ସଭାପତି  ।୧୯୮୮-୧୯୯୦ ଓଡିଶା ରାଜ୍ୟ ସଭାପତି ୧୯୯୦-୯୩ ଦ୍ୱିତୀୟ ଥର ରାଜ୍ୟ ସଭାପତି,୧୯୯୩-୯୫ ରାଜ୍ୟ ମହାସଚିବ,୧୯୯୫-୯୭ ପୂନ୍ହ ରାଜ୍ୟ ସଭାପତି, ୧୯୯୭-୯୮ ରାଷ୍ଟ୍ରୀୟ କାର୍ଯ୍ୟକାରେଣି ସଦସ୍ୟ, ୧୯୯୮ ରେ ଦ୍ୱାଦଶତମ ଲୋକସଭା ପାଇଁ ଦେବଗଡ ଜିଲ୍ଲାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ  । ସେହି ସମୟରେ କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ଥିଲେ ୧୯୯୯-୨୦୦୪ ତ୍ରୟୋଦଶ ଲୋକସଭା ପାଇଁ ଦ୍ୱିତୀୟ ଥର ନିର୍ବାଚିତ ହେଲେ ସେତେବେଳେ ପରିବହନ ମନ୍ତ୍ରୀ ରହିବା ସହ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ଥିଲେ ୨୦୦୧-୨୦୦୨ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହି ଏଭଳି ବିଭିନ୍ନ କାର୍ଯ୍ୟ ତୁଲାଇଥିଲେ  । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭାଜପାର ରାଜ୍ୟ ସଂମ୍ପାଦକ ରମେଶ ଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା ସଭାପତି ତଥା ବର୍ତ୍ତମାନର ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଚନ୍ଦ୍ର ଜୈନ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ, ଜିଲ୍ଲା ସଂମ୍ପାଦକ ରାମ ନାୟକ, ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ମନ୍ଦିରା ନାୟକ, ପଞ୍ଚାୟତ ସାଂସଦ ପ୍ରତିନିଧି ବାସନ୍ତୀ ମାଝୀ, ପଞ୍ଚାୟତ ମନ୍ତ୍ରୀ ପ୍ରତିନିଧି ସନା ମାଝୀ, ମଣ୍ଡଳ ସଭାପତି ସନ୍ତୋଷ ଶର୍ମା ପ୍ରମୁଖ ନେତୃ ମଣ୍ଡଳୀ ସ୍ୱର୍ଗତ ପ୍ରଧାନଙ୍କ ଫଟୋଚିତ୍ରରେ ଧୂପ ଦୀପ, ପୁଷ୍ପାଞ୍ଜଳୀ ଅର୍ପଣ ପୂର୍ବକ ଦୁଇ ମିନିଟ୍ ନୀରବ ପ୍ରାର୍ଥନା  କରି ସମସ୍ତେ ସ୍ମୃତି ଚାରଣ କରିଥିଲେ । ଏହି ସଭାରେ ଉଭୟ ନିର୍ବାଚନ ମଣ୍ଡଳୀର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ  ।