ଜଳିଗଲା ସ୍କୁଟି, ବର୍ତ୍ତିଲେ ଚାଳକ

 ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅଧିନ ଜାତୀୟ ରାଜପଥ ସେରଗଡ଼ ଓଭରବ୍ରିଜ ଉପରେ ଜଳିଗଲା ସ୍କୁଟି । ଅଳ୍ପକେ ବର୍ତିଲେ ଚାଳକ । ସୋର ଥାନା ଅଧିନ ସୀତାପୁର ଅଞ୍ଚଳର ବିଶ୍ୱଜିତ ମହାନ୍ତି ଏକ ସ୍କୁଟିରେ ଯାଉଥିବା ବେଳେ ଧୂଆଁ ଉଠିବା ଦେଖି ଛିଡା ହୋଇଯାଇଥିଲେ । ଗାଡି ଛାଡି ଦୂରକୁ ପଳାଇ ଆସିବା ପରେ ବେଳକୁ ସ୍କୁଟିଟି ହୁତୁହୁତୁ ହୋଇ ଜଳି ଉଠିଥିଲା । କ୍ଷଣିକ ମଧ୍ୟରେ ଗାଡିଟି ସମ୍ପୂର୍ଣ୍ଣ  ଜଳିଯାଇଥିଲା । ଖଣ୍ଡାପଡା ପୋଲିସ ପହଁଚି ତଦନ୍ତ କରି ସ୍କୁଟିଟିକୁ ଜବତ କରିଛି ।