ନାଇସ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ
ବେତନଟୀ: ବେତନଟୀ ବ୍ଲକ ଖୁଣ୍ଟା ସ୍ଥିତ ନାଇସ ପବ୍ଲିକ ସ୍କୁଲର ୧୮ତମ ବାର୍ଷିକ ଉସôବ ପାଳିତ ହୋଇଯାଇଅଛି. ବିଦ୍ୟାଳୟର ଉପାଧ୍ୟକ୍ଷ ଭାସ୍କର ଚନ୍ଦ୍ର ମହାନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଡ. ଅରୁଣ ସେନାପତି ପୌରହିତ୍ୟ କରିଥିଲେ । ସ୍କୁଲର ବାର୍ଷିକ ବିବରଣୀ ଶିକ୍ଷୟିତ୍ରୀ ପ୍ରେମଲତା ମହାନ୍ତି ପାଠ କରିଥିଲେ । ମୁଖ୍ୟଅତିଥି ମୀନକେତନ ଦାଶ । ମୁଖ୍ୟବକ୍ତା ରମାକାନ୍ତ୍ର ମହାପାତ୍ର, ସମ୍ମାନୀତ ଅତିଥି ଚୂଡାମଣି ମହାପାତ୍ର, ବିଷ୍ଣୁ ଚରଣ ସାହୁ, ସତ୍ୟାନନ୍ଦ ମିଶ୍ର, ସନ୍ତୋଷ ଖଣ୍ଡା, ସୁବାସ ଚନ୍ଦ୍ର ମହାପାତ୍ର ଓ ମାନସିଂହ ମୁର୍ମୁ ଉପସ୍ଥିତ ହୋଇ ଛାତ୍ରଛାତ୍ରୀ ନିଜକୁ କିପରି ଜଣେ ଜଣେ ଆଦର୍ଶ ଛାତ୍ର ହୋଇପାରିବା ସହିତ କଠିନ ପରିଶ୍ରମ କଲେ ଭବିଷ୍ୟତରେ ଜଣେ ଆଦର୍ଶ ମଣିଷ ହୋଇ ପାରିବେ ଏଥି ସହିତ ଉତ୍ତମ ଶିକ୍ଷା ପାଇଁ ସମୟାନୁବର୍ତିତ୍ତା ହେବା ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ରଞ୍ଜନ କୁମାର କରଣ ସଂଯୋଜନା କରିଥିଲେ । ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ନେଇ ରାମାୟଣ ଓ ରେବତୀ ନାଟକ ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହିତ ଛାତ୍ରଛାତ୍ରୀମାନେ ପଢୁଥିବା କବିତାକୁ ସୁନ୍ଦର ସ୍ୱର ଓ ତାଳରେ ଗାନ କରିଥିଲେ । ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରଷ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଚଳିତବର୍ଷ ଉତ୍ତମ ଛାତ୍ର ଭାବରେ ଭବାନୀ ଚନ୍ଦ୍ର ସିଂହକୁ ସମ୍ମାନୀତ କରାଯାଇଥିଲା । ସ୍କୁଲର ପ୍ରତିଷ୍ଠାତା ନିତ୍ୟାନନ୍ଦ ସାହୁ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ପରାମର୍ଶ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।