ନାଟକ ‘ଜୟ ସତ୍ୟନାରାୟଣ’ ମଞ୍ଚସ୍ଥ
ଧର୍ମଶାଳା: ଜାରକା ଲକ୍ଷ୍ମୀ ନାରାୟଣ ପୂଜା ଉପଲକ୍ଷେ ଠାକୁର ଅଭିରାମ ପରମହଂସଙ୍କ ଲୀଳାଚରିତ ନାଟକ ‘ଜୟ ସତ୍ୟନାରାୟଣ’ ମଞ୍ଚସ୍ଥ ହୋଇଯାଇଛି । ପ୍ରାଧ୍ୟାପକ ଡ. ଭିକାରୀ ସାମଲଙ୍କ ନିଦେ୍ର୍ଦଶନାରେ ଅନୁଷ୍ଠିତ ନାଟକରେ ଜାରକା ଭକ୍ତ ଗୋଷ୍ଠୀର ହିମାଂଶୁ ପଣ୍ଡା, ପ୍ରଭାତ ପାଣିଗ୍ରାହୀ, ପୀତବାସ ପଣ୍ଡା, ମିଥୁନ କୁଣ୍ଡୁ, ଶ୍ରୀବତ୍ସ ପାଢ଼ୀ, ସୁଧୀର ଜେନା, ପ୍ରମୋଦ ମହାରଣା ଓ ମନୋରମା ରାଉତ ଅଭିନୟ କରିଥିଲେ । କଣ୍ଠଶିଳ୍ପୀ କଳ୍ପନା ପଣ୍ଡା ଓ କୁଞ୍ଜବିହାରୀ ଜେନା ଠାକୁରଙ୍କ ଭଜନଗାନ କରିଥିଲେ । ଅଚୁ୍ୟତାନନ୍ଦ ସାମଲ ଓ ପ୍ରୀତିରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଗତ୧୮ତାରିଖରେ ଲକ୍ଷ୍ମୀନାରାୟଣଙ୍କ ପୂଜା, ହୋମ, ପୁଷ୍ପାଞ୍ଜଳି ଓ ଘଟ ବିସର୍ଜନ ହୋଇଥିôଲା । ପରେ ଛତିଆର ଇସକନ୍ ଗ୍ରୁପ୍ ପକ୍ଷରୁ ଭଜନକିର୍ତନ ପରିବେଷିତ ହୋଇଥିଲା । ଗତ୧୯ତାରିଖରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ସତ୍ସଙ୍ଗ ହୋଇଥିଲା । ଆୟୋଜକ ଧର୍ମଶାଳା ପୂଜା ମହୋତ୍ସବ କମିଟି ସଭାପତି ରବିନାରାୟଣ ସାହୁ, ସାଧାରଣ ସମ୍ପାଦକ ସତ୍ୟପ୍ରିୟ ମହାନ୍ତି, କାର୍ଯ୍ୟକାରୀ ସଭାପତି ପବିତ୍ର ମୋହନ ଦାଶ, ସମ୍ପାଦକ ଶ୍ରୀକାନ୍ତ ସାହୁ, ଉପସଭାପତି ସର୍ବେଶ୍ୱର ବେହୁରା, ସହସମ୍ପାଦକ ଜିତେନ୍ଦ୍ର ରାଉତ, କୋଷାକ୍ଷ ଶରତ ଓଝା, ସଂଯୋଜକ ଦେବରାଜ ମିଶ୍ର, ବିଚିତ୍ର ସ୍ୱାଇଁ, ମନୋଜ ରାଉଳ, କାଶୀନାଥ ସାହୁ, ରାଜେଶ ପାଳ, ସବ୍ୟସାଚୀ ସୁନ୍ଦରାୟ, ପ୍ରଫୁଲ୍ଲ ରାଉତ, ହିମାଂଶୁ ଶେଖର ମହାନ୍ତି, ଲୋକନାଥ ମହାନ୍ତି, କାର୍ଯ୍ୟକାରୀ କମିଟି ସଦସ୍ୟ ରାଜକୁମାର ଶତପଥୀ, ରାମଚନ୍ଦ୍ର ମଲ୍ଲିକ, କିଶୋର ନାୟକଙ୍କ ସମେତ ସମସ୍ତ ସଭ୍ୟ ଉସôବ ପରିଚାଳନା କରୁଛନ୍ତି ।