ଓକିଲଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଚାନ୍ଦବାଲି : ଫୌଜଦାରୀ ଓ ଦେୱାନୀ କୋର୍ଟରେ ସରକାରୀ ଓକିଲଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉସôବ ବୁଧୁବାର ଚାନ୍ଦବାଲି କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚାନ୍ଦବାଲି ଓକିଲ ସଙ୍ଘ ସଭାପତି ଉପେନ୍ଦ୍ର କୁମାର ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଜ୍ ତନ୍ମୟ ରଞ୍ଜନ ଦାସ ଯୋଗଦେଇ ବିଦାୟୀ ସରକାରୀ ଓକିଲ ସନ୍ତୋଷ ମହାରଣାଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ର ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ଶ୍ରୀ ମହାରଣା ଦକ୍ଷତା ଓ ନିରପକ୍ଷତାର ସହିତ ସରକାରଙ୍କ ପକ୍ଷରୁ ମୋକଦମା ପରିଚାଳନା କରିଥିଲେ ବୋଲି ଓକିଲ ସଙ୍ଘ ସଭାପତି ଉକ୍ତ କାର୍ଯ୍ୟକ୍ରମରେ ମତ ପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରାଜନାରାୟଣ ନାୟକ, ପ୍ରିୟରଞ୍ଜନ ମହାନ୍ତି, ପ୍ରଶାନ୍ତ କୁମାର ଦାସ, ପ୍ରବାସ ରଞ୍ଜନ ନାୟକ, ରଜନୀକାନ୍ତ ମହାନ୍ତି, ପ୍ରଭାସ ଶୁଭ ଦର୍ଶନ ମହାନ୍ତି, ଶ୍ୟାମସୁନ୍ଦର ମହାନ୍ତି, ଯତୀନ୍ଦ୍ର ମହାନ୍ତି, ଚିତ୍ତରଞ୍ଜନ ରାଉତ, ନିରାକାର ରାଉତ, ଧନଞ୍ଜୟ ଉଡାଗେଡ, ବିନିତା ମାହୁନ୍ତ, କାଦମ୍ବିନୀ ମହାନ୍ତି ପ୍ରମୁଖ ସାମିଲ ଥିଲେ ।