୩୦ ବର୍ଷ ପରେ ଆରମ୍ଭ ହେଲା ବରୁଣେଶ୍ୱର ମେଳଣ
ବିଞ୍ଝାରପୁର : ପାଖା ପାଖି ଦୀର୍ଘ ତିରିଶି ବର୍ଷରୁ ଉର୍ଦ୍ଧ ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି ବାବା ବରୁଣେଶ୍ୱର ମେଳଣ । ବରୁଣେଶ୍ୱରଙ୍କ ଆଶ୍ରୀବାଦ ନେଇ ବରୁଣେଶ୍ୱର ଅଞ୍ଚଳର ବୁଦ୍ଧିଜୀବୀ ଏକତ୍ରିତ ହୋଇ ବନ୍ଦ ହୋଇଥିବା ବରୁଣେଶ୍ୱର ମେଳନକୁ ଆରମ୍ଭ କରିଛନ୍ତି । ସନ୍ଧ୍ୟାରେ ତପସ୍ୱନୀ ନୃତ୍ୟଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ ସହ ଶିଶୁ ମାନଙ୍କର ନୃତ୍ୟ ଓ ଭଜନ ପରିବେଷଣ କରାଯାଇଥିଲା । ପ୍ରଥମେ ବାବା ବରୁଣେଶ୍ୱର ବିମାନ ମେଳନ ପଡିଆକୁ ବିଜେ କରିବା ପରେ ବାକି ରାଧା କୃଷ୍ଣଙ୍କ ଆଉ ୫ବିମାନ ପ୍ରବେଶ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଗୌରାଙ୍ଗ ପରିଡ଼ା, ରାଜେନ୍ଦ୍ର ପ୍ରଧାନ, ରବୀନ୍ଦ୍ର ପରିଡ଼ା, ପ୍ରକାଶ ମିଶ୍ର, ରବୀନ୍ଦ୍ର ନାୟକ, କାର୍ତିକ ଧଳ, ରଞ୍ଜନ ଧଳଙ୍କ ସମେତ ଅଂଚଳର ଅନେକ ବୁଦ୍ଧିଜୀବୀ ଓ ଯୁବପୀଡି ମେଳନକୁ ପରିଚାଳନା କରିଥିଲେ ।