ବନ୍ଧଗାଁ-ସୁକିନ୍ଦା ରାସ୍ତାରେ ନିର୍ମାଣାଧୀନ ବ୍ରିଜ୍ ନିମ୍ନମାନର:  ବିନା ସୂଚନା ଫଳକରେ ଚାଲିଛି କାର୍ଯ୍ୟ

 କୁହିକା: ଗଲା ସରକାର ସମୟରେ ବନ୍ଧଗାଁ-ସୁକିନ୍ଦା ମୁଖ୍ୟ ରାସ୍ତା ମଧୁବନ ଠାରେ ବ୍ରିଜ ନିର୍ମାଣ ଆରମ୍ଭ ହୋଇଥିଲା । ଅଧୁନା ବି୍ରିଜ କାର୍ଯ୍ୟ ଆଉ କେଇଟା ମାସ ଭିତରେ ଶେଷ ହେବ । କିନ୍ତୁ ସରକାର ବଦଳିବା ଏବଂ ୬ମାସ ଭିତରେ ବିଭିନ୍ନ ବିଭାଗର ଅଧିକାରୀ ଅଦଳବଦଳର ସୁଯୋଗ ନେଇ ଠିକାଦାର ନିମ୍ନମାନର କାର୍ଯ୍ୟ କରିବାରେ ଲାଗିଛି । ବର୍ଷଦିନରେ ସଂପୃକ୍ତ ବନ୍ଧଗାଁ-ସୁକିନ୍ଦା ରାସ୍ତାର ମଧୁବନ ଠାରେ ପାଣି ଜମି ରହୁଥିବା ଏବଂ ନାଳ ଉଚ୍ଛୁଳୁଥିବାରୁ ଚଳ ପ୍ରଚଳରେ ସମସ୍ୟା ଉପୁଜିଥାଏ । ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବି୍ରିଜ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନୂତନ ବ୍ରିଜ୍ ମଞ୍ଜୁର କରାଯାଇଥିଲା । ଯାହାକି ବର୍ତମାନ ସରକାର ସମୟରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି ।  ହେଲେ ସରକାର ବଦଳିବା ଏବଂ ବିଭିନ୍ନ ବିଭଗର ଅଧିକାରୀଙ୍କ ଅଦଳ ବଦଳ କାରଣରୁ ଠିକାଦାର ମନମୁଖି ଭାବରେ ନିର୍ମାଣ କାର୍ଯ୍ୟ କରି ଚାଲିଥିବାର ଦେଖିବାକୁ ମିଳିଛି । ହେଲେ ଏହି ବିଭାଗରେ କୌଣସି ଅଧିକାରୀ ବଦଳି ହୋଇ ନଥିଲେ ମଧ୍ୟ କାର୍ଯ୍ୟ ସ୍ଥଳରେ ପହଁଚି ତଦାରଖ କରୁନଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କାର୍ଯ୍ୟ ଶେଷ ହେବାକୁ ବସିଥିବା ବେଳେ ସୂଚନା ଫଳକର ଦେଖାନାହିଁ । କେତେ ଟଙ୍କାର କାମ, କୋଉ ବିଭାଗରୁ ଅର୍ଥ ବ୍ୟୟ ବରାଦ ହୋଇଛି । ଅବଧି କେତେ ଦିନ ଏସମ୍ପର୍କରେ କୌଣସି ସୂଚନା ସାଧାରଣ ଲୋକ ଜାଣିବାର ନାହିଁ । ନିର୍ମାଣ କାର୍ଯ୍ୟ ନିମ୍ନମାନର ଜଳଜଳ ହେଇ ଦେଖାଯାଉଛି । ବ୍ରିଜ୍ ସାଇଡ୍ ୱାଲ୍, ଛତା ଉପର ବାରିକେଟ୍ରୁ ରଡ୍ ଦେଖାଯାଉଛି । ଭାଗ ମାପରେ ମଧ୍ୟ ଘୋଟାଲା କରାଯାଉଛି । କୋଟିକୋଟି ଟଙ୍କାର ବ୍ୟୟ ଅଟକଳରେ ବ୍ରିଜ୍ ଚାଲୁଥିବା ବେଳେ ନିମ୍ନ ମାନର କରାଯାଉଥିବାରୁ ଏହା ଅଳ୍ପ ଦିନ ଭିତରେ ଭାଙ୍ଗି ମାଟିରେ ମିଶିଯିବାର ଆଶଙ୍କା ପ୍ରକାଶ ପାଇଛି । ଯାହାର ଉଚ୍ଚସ୍ତରୀୟ ତଦନ୍ତ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି ।