ନାରୀ ସୁରକ୍ଷା ନେଇ କଂଗ୍ରେସର ଶୋଭାଯାତ୍ରା

 ବାଲେଶ୍ୱର : ୮ମାସର ବିଜେପି ସରକାର ସମୟରେ ନାରୀମାନଙ୍କ ପ୍ରତି ଅତ୍ୟାଚାର, ନାବାଳିକାଙ୍କୁ ଗର୍ଭବତୀ କରିବା ସହ ରାଜ୍ୟର ୬୦୦୦୦ମହିଳା ନିଖୋଜ ହୋଇଛନ୍ତି । ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ଦଳ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଦଳ ବିଧାନସଭା ଠୁ ରାଜରାସ୍ତା ପର୍ଯ୍ୟନ୍ତ ଲଗାତାର ଲଢେଇ ଜାରି ରଖିଛି । ଏହି ଲଢେଇକୁ ଆଗକୁ ନେବା ପାଇଁ ଓଡିଶା ପ୍ରତିଷ୍ଠା ଦିବସରେ ନାରୀମାନଙ୍କ ସୁରକ୍ଷା ଏବଂ ଅତ୍ୟାଚାରିତ ମା’ଭଉଣୀମାନଙ୍କୁ ଖୋଜିବା ପାଇଁ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିଦେ୍ର୍ଦଶରେ ଜିଲ୍ଲା ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ ଏକ ମୋହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରେଲୱେ ଷ୍ଟେସନ ସମ୍ମୁଖ ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ପାଖରୁ ଷ୍ଟେସନ ଛକ ଅବଦୁଲ କାଲାମଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ବିଧାୟକ ସୁଦର୍ଶନ ଦାସ, ବରିଷ୍ଠ ନାରୀନେତ୍ରୀ ଅର୍ଚ୍ଚନା ନନ୍ଦୀ, ଜିଲ୍ଲା ଉପସଭାପତି ଗୋପୀନାଥ ପାଢ଼ୀ, ସଦର କଂଗ୍ରେସର ଯୁବନେତା ସରୋଜ ଲେଙ୍କା, କୃଷ୍ଣ ଗୋପାଳ ପଣ୍ଡା, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଶ୍ରୀକାନ୍ତ ବାଗୁଡେଇ, ପ୍ରଭାସ ପଣ୍ଡା, ଅସଗାର ଅଲ୍ଲୀ, ନାରୀନେତ୍ରୀ ଜ୍ୟୋସ୍ନା ସେନାପତି, ସଂଯୁକ୍ତା ମିଶ୍ର, କୁମୁଦିନୀ ଦାସ, ତରୁଣ ଦାସ, କନ ବେହେରା, ନିରଞ୍ଜନ ବେହେରା ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।