ସାଂସଦଙ୍କୁ ଆକ୍ରମଣ ଘଟଣା: ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ

 ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏବେ ବାଲେଶ୍ୱର ଜିଲ୍ଲାର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଗୁରୁବାର ଦିନ ସଂସଦ ଭବନରେ ଯୋଉଭଳି ଭାବେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆକ୍ରମଣ କରିଥିବା ବେଳେ ତାଙ୍କ କପାଳକୁ ରକ୍ତାକ୍ତ କରିପକାଇବା ଘଟଣା ସମଗ୍ର ଭାରତବର୍ଷକୁ ସ୍ତବ୍ଧ କରିଛି । ସଂସଦ ଭବନକୁ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଶିଡି ପାହାଚରେ ଯାଉଥିବା ବେଳେ ହଠାତ୍ ରାହୁଲ ଗାନ୍ଧୀ ଧକ୍କା ମାରିବା ସହ ଠେଲାପେଲା କରିବାରୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତଳେ ପଡିଯିବାରୁ ତାଙ୍କର ମୁଣ୍ଡ ଫାଟି ଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଯାଇଥିଲା । ରାହୁଲ ଗାନ୍ଧୀଙ୍କ ଏଭଳି ହୀନମାନ୍ୟତା, ରାଜନୀତିକୁ ସାସଦଙ୍କ ଜନ୍ମମାଟି ନୀଳଗିରିର ଘୋର ନିନ୍ଦା କରାଯାଉଥିବା ବେଳେ, ନିଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଦୁର୍ଗାମଣ୍ଡପ ଠାରେ ରାହୁଲ ଗାନ୍ଧୀଙ୍କ ଏପରି ଅମାନୁଷିକ କାର୍ଯ୍ୟଧାରାକୁ ନିନ୍ଦା କରିବା ସହ କୁଶ ପୁତ୍ତଳିକା ଦାହ କରିଛନ୍ତି । ରାହୁଲ ଗାନ୍ଧୀ ଭାରତବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ମାଗନ୍ତୁ ବୋଲି ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ଦାବି କରିଛନ୍ତି । ଏହି ଅବସରରେ ବିଜେପିର ମୋନରଞ୍ଜନ ବେହେରା, ପ୍ରଫୁଲ୍ଲ ଦଳାଇ, ଦେବାଶିଷ ଆଚାର୍ଯ୍ୟ, ସମର ଶଙ୍କର କାନୁନଗୋ, ସୂର୍ଯ୍ୟକାନ୍ତ ବିଶ୍ୱାଳ, ସମେତ ଶହ ଶହ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।