ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ପୁରପଲ୍ଲୀରେ ଡ. ବ୍ରଜ ସୁନ୍ଦର ସ୍ୱାଇଁଙ୍କୁ କିଏ ବା ନ ନଜାଣେ । ଡାକ୍ତରୀ ପେଶାରୁ ସ୍ୱେଚ୍ଛାକୃତ ଅବସର ପରେ ଗାଁ ଗାଁରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଶିଶୁମାନଙ୍କୁ ଚିକିତ୍ସା କରିବା ତାଙ୍କର ନିୟମିତ ଅଭ୍ୟାସରେ ପରିଣତ ହୋଇଯାଇଛି । ୨ବର୍ଷ ଭିତରେ ସେ ୩୦ରୁ ଅଧିକ ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରି ୪ହଜାରରୁ ଅଧିକ ଶିଶୁଙ୍କ ଚିକିତ୍ସା କରିଛନ୍ତି । ରବିବାର ବତ୍ତନା ବଜାରରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଏକ ଶିବିରର ଆୟୋଜିତ ହୋଇଥିଲା । ଏଥିରେ ସେ ଜନ୍ମିତ ଶିଶୁ ଠାରୁ ଆରମ୍ଭ କରି୧୪ବର୍ଷର ପିଲା ମଧ୍ୟରେ ମୋଟ୍ ୯୧ଜଣଙ୍କର ଚିକିତ୍ସା କରିôବା ବେଳେ ନିଜ ଖର୍ଚ୍ଚରେ ସମସ୍ତଙ୍କ ପାଇଁ ଔଷଧର ବ୍ୟବସ୍ଥା କରିଥିଲେ । ସନ୍ଧ୍ୟାରାଣୀ ବେହେରା, ପ୍ରୀତିଲତା ସାହୁ, ବ୍ରଜକିଶୋର ମଲ୍ଲିକ, ଚର୍ଚ୍ଚିତା ମହାନ୍ତି, ପୁଷ୍ପା ରାଉତ ପ୍ରମୁଖ ପଞ୍ଜିକରଣ ଏବଂ ଔଷଧ ବଣ୍ଟନରେ ସହାୟତା କରିଥିଲେ । ସେହିଭଳି ନିକଟସ୍ଥ ଗ୍ରାମରୁ ଶିତିକଣ୍ଠ ପଟ୍ଟନାୟକ, ଶୁକ ସାହୁ, ପ୍ରଫୁଲ୍ଲ ସାହୁ, ସୁଧାଂଶୁ ସିଓ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।