ବରିଷ୍ଠ ନାଗରିକ ପରିଷଦର ମଣ୍ଡଳସ୍ତରୀୟ ସମାରୋହ
ଧାମନଗର : ଧାମନଗର ବରିଷ୍ଠ ନାଗରିକ ପରିଷଦ ସଭାଗୃହ ପରିସରରେ ଚତୁର୍ଥ ମଣ୍ଡଳ ସ୍ତରୀୟ ସମାବେଶ ପାଳିତ ହୋଇଯାଇଛି । ପରିଷଦର ସଭାପତି ଅନିଲ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଧାମନଗର ତହସିଲଦାର ଶାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ ଯୋଗଦେଇ ସମାଜରେ ବରିଷ୍ଠ ନାଗରିକଙ୍କ ଆସନ ବହୁତ ଉପରେ ଏବଂ ସେମାନେ ସର୍ବଦା ସମ୍ମାନର ଅଧିକାରୀ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଧାମନଗର ଏସ୍ଡିପିଓ ତ୍ରିଲୋଚନ ସେଠୀ ଯୋଗଦେଇ ବରିଷ୍ଠମାନେ କିପରି ସାଇବର କ୍ରାଇମ୍ର ଶିକାର ନହେବ ସେ ଦିଗରେ ସଚେତନ କରାଇଥିଲେ । ଅନ୍ୟତମ ଅତିଥି ଭାବେ ଧାମନଗର ମେଡିକାଲ ଅଧିକାରୀ ଡା. ମନ୍ମୟ ସାମନ୍ତ ସିଂହାର, ଧାମନଗର ଥାନାଧିକାରୀ ଗୋପାଳ କୃଷ୍ଣ ଜେନା ଯୋଗ ଦେଇଥିଲେ । ବରିଷ୍ଠ ସଦସ୍ୟ ଦଶରଥ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରବିନ୍ଦ୍ର ସାହୁ ଓ ପ୍ରହଲ୍ଲାଦ ବେହେରା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ବ ବେଳେ ପରିଷଦର ସାଧାରଣ ସମ୍ପାଦକ ଶଚ୍ଚିକାନ୍ତ ପଣ୍ଡା ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ମହେଶ୍ୱର ସ୍ୱାଇଁ ପରିଷଦର ସଦସ୍ୟଙ୍କ ବିଭିନ୍ନ ସମସ୍ୟା ଅତିଥିଙ୍କୁ ଜଣାଇଥିବା ବେଳେ ଧାମନଗର ଏନ୍ଏସି ଅଞ୍ଚଳ ଏବଂ ଭଗବାନପୁର ପଞ୍ଚାୟତକୁ ନେଇ ମଣ୍ଡଳ ସ୍ତରୀୟ ସଭାପତି ଭାବେ ଅଭିମନୁ୍ୟ ମଲ୍ଲିକ ମନୋନୀତ ହୋଇଥିଲେ । ଏଥିରେ ପରିଷଦର ଉପସଭାପତି ସୁରଥ ଚନ୍ଦ୍ର ସେଠୀ, କୋଷାଧ୍ୟକ୍ଷ ନୃସିଂହ ଚରଣ ନାୟକ, ସଦସ୍ୟ ଧନଞ୍ଜୟ ଦାସ, ସେକ ଅବଦୁଲ ହାକିମ, ହୃଦାନନ୍ଦ କର, ନରେନ୍ଦ୍ର ଦାସ, ବୃନ୍ଦାବନ ମହାନ୍ତି, ଭୋଳାନାଥ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସଭ୍ୟ ରାମଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।