ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍ୟାପିତ 


 ରାଜକନିକା:  ରାଜକନିକା ବ୍ଲକ ଗିରିଆ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଦୁଇ ଦିନ ଧରି ୪ ଟି ଜୋନକୁ ନେଇ ଚାଲିଥିବା ଜୋନସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି । ଏହି କ୍ରୀଡାରେ ମୁଖ୍ୟ ଅତିଥି ଭାବେ ବ୍ଲକ କ୍ରୀଡା ସଭାପତି ତଥା ବିଇଓ ରତିକାନ୍ତ ସେନାପତି, ସମ୍ମାନିତ ଅତିଥି ଭାବେ ଉପସଭାପତି ତଥା ବିଆରସିସି କୈଳାସ ଚନ୍ଦ୍ର ସାହୁ, ନୋଡାଲ ପ୍ରଧାନ ଶିକ୍ଷକ ଧର୍ମଜ୍ୟୋତି ରାଉତ, ସିଆରସିସି ଖଗେଶ୍ୱର ପଢିହାରୀ, ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମଲ, ହୃଦୟ କୁମାର ରାଉତ, ଅରବିନ୍ଦ ନାୟକ, ମନୋରମା ରାଉଳ ପ୍ରମୁଖ ଯୋଗ ଦେଇ କ୍ରୀଡାକୁ ଉସôାହିତ କରିଥିଲେ । ବ୍ଲକର ୪୦ରୁ ଉଦ୍ଧ୍ୱର୍ ବିଦ୍ୟାଳୟର ୫୦୦ରୁ ଊଦ୍ଧ୍ୱର୍ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଜୋନ କ୍ରୀଡା ସମ୍ପାଦକ ଅରୁଣ କୁମାର ଧଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଗୋଲକ ବିହାରୀ ମଲ୍ଲିକ, ଅରୁଣ କୁମାର ବାରିକ, ବିଜୟ କୁମାର ବେହୁରା ପ୍ରମୁଖ ଯୋଗ ଦେଇଥିଲେ ।