ଖଣି କ୍ଷତିଗ୍ରସ୍ତ ଯୁବକଙ୍କ ନିଯୁକ୍ତି ଦାବି
ତାଳଚେର: ତାଳଚେର ସ୍ଥିତ ଏମସିଏଲ ଲିଙ୍ଗରାଜ କୋଇଲା କ୍ଷେତ୍ରରେ ସ୍ଥାନୀୟ କ୍ଷତିଗ୍ରସ୍ତ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଲାଙ୍ଗିଯୋଡ଼ା କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ ତାପସ ସାହୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଦାବି ଜଣାଇଛନ୍ତି । ଏହା ସହ ଖଣି ଅଞ୍ଚଳରେ ଗତ କିଛି ଦିନ ତଳେ ହୋଇଥିବା ବନ୍ଦ ଆନେ୍ଦାଳନ କାହା ସ୍ୱାର୍ଥରେ ହୋଇଥିଲା ବୋଲି ସେ ଡ଼େରା ସାହିବ କୋଠି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରଶ୍ନ କରିଛନ୍ତି । ଏଥିେଯୋଗୁଁ ସ୍ଥାନୀୟ କମ୍ପାନୀ ଗୁଡ଼ିକରେ ହୋଇଥିବା କ୍ଷତିକୁ କିଏ ଭରଣା କରିବ? ଗତ ଖଣି ବନ୍ଦ ଆନେ୍ଦାଳନ ଉଭୟ ଶାସକ ବିଜେପିର ଗୋଟିଏ ସ୍ୱାର୍ଥବାଦୀ ଗୋଷ୍ଠୀ ଓ ୩ଟି ବିଜେଡ଼ି ଦଳର ନେତାଙ୍କର ମିଳିତ ସହଯୋଗରେ ଅସ୍ଥିରତା ସୃଷ୍ଟି କରାଯାଇଥିଲା ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ଶ୍ରୀ ସାହୁ । ତେବେ ତାଙ୍କ ବିରୁଦ୍ଧରେ ଥାନାରେ ହୋଇଥିବା ଏତଲାକୁ ନେଇ ସେ କିଛି ଜାଣିନାହାନ୍ତି, ଏବଂ ବିରୋଧିମାନେ ଏନେଇ ଗୁଜବ କରୁଥାନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଆଗାମୀ ଦିନରେ ତାଳଚେର ଅଂଚଳର ଯୁବକ, ଯୁବତୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କୋଇଲା ଖଣିର ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଁ ତାଙ୍କ ସଂଗ୍ରାମ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି ।