ନିଅାଁ ଗିଳିଦେଇଛି ୫୪ ହଜାର ହେକ୍ଟର ଜଙ୍ଗଲ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଜଙ୍ଗଲରେ ନିଆଁ ବଢିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ ନିମନ୍ତେ ବନବିଭାଗ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଥିଲେବି ହଜାର ହଜାର ହେକ୍ଟର ଜଙ୍ଗଲ କିନ୍ତୁୁ ନିଅାଁ ଆଁରେ ପାଉଁଶ ହୋଇଯାଉଛି । ତଥ୍ୟ ଅନୁଯାୟୀ ୨୦୨୦-୨୧ରୁ ଏଯାବତ୍ ୫୩୮୨୧ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଇଛି । ଏପରିକି ଚଳିତ ବର୍ଷ ଜଙ୍ଗଲ ନିଅାଁରେ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି । ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ୨୦୨୦-୨୧ରେ ସର୍ବାଧିକ ୨୮୫୭୦ ହେକ୍ଟର ଜଙ୍ଗଲ ଜମି ନିଅାଁରେ କ୍ଷତିଗ୍ରସ୍ତ ହୋଇଥିଲା । ଯେତେବେଳେକି ୨୦୨୨ରେ ୮୪୩୮ ହେକ୍ଟର, ୨୦୨୩ରେ ୯୭୧୨ ହେକ୍ଟର, ୨୦୨୪ରେ ୪୦୬୮ ହେକ୍ଟର ଓ ୨୦୨୫ରେ ୩୦୩୩ ହେକ୍ଟର ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଛି ।