ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍ୟାପିତ

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କୁଳିଗାଁ ଠାରେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଷୋହଳ ପ୍ରହରୀ ନାମଯଜ୍ଞ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି  । ପ୍ରଥମେ ୧୫ ତାରିଖ ଦିନ ଗାଁର ଶହଶହ ମହିଳା ଓ ପୁରୁଷ  ଘଣ୍ଟ ବାଦ୍ୟ ସଂକୀର୍ତ୍ତନ ସହ ବିରାଟ ଶୋଭାଯାତ୍ରାରେ ବାହାରି ଇନ୍ଦ୍ରନଦୀରୁ କଳସଯାତ୍ରାରେ କଳସ ଆଣି ମଣ୍ଡପରେ ସ୍ଥାପନ କରିଥିଲେ  । ପରେ ବରଗଡ଼,ବଲାଙ୍ଗୀର,କଳାହାଣ୍ଡି ଓ ଛତିଶଗଡ ତଥା ଆଖପାଖ ଅଞ୍ଚଳର ବଛା ବଛା  ପୁରୁଷ ଓ ମହିଳା ସଂକୀର୍ତ୍ତନ ଦଳ ମାନଙ୍କ ଦ୍ୱାରା ଭଗବାନଙ୍କ ହରେକୃଷ୍ଣ ହରେରାମ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା  । ସଂକୀର୍ତ୍ତନ ଦଳ ମାନଙ୍କ ଚିତାକର୍ଷକ ଗୀତବାଦ୍ୟ ଓ ନୃତ୍ୟରେ  ହଜାର ହଜାର ଦର୍ଶକ ଦିନରାତି ଝୁମି ଉଠି ଭଗବାନ ନାମରସ ପାନ କରିଥିଲେ  । ଏହି କାର୍ଯ୍ୟକ୍ରମରେ ସୟାତନ ଓ ଶୋଭାମଣି ଶବର କର୍ତାଭାବରେ କାର୍ଯ୍ୟ ତୁଲାଇଥିବା ବେଳେ ପୂଜକ ଭାବରେ ମୃତୁ୍ୟଞ୍ଜୟ ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ  । ହଜାର ହଜାର ଦର୍ଶକଙ୍କୁ ଶାନ୍ତିଶୃଙ୍ଖଳାର ସହ ବାନ୍ଧି ରଖିବାରେ ଗାଁର ଯୁବପିଢି ଲାଗିପଡିଥିଲେ  । ଆୟୋଜକଙ୍କ ମଧ୍ୟରେ ,ବିଦୁର ଶବର,ପ୍ରଭାସ ପଣ୍ଡା,ରଥ ଗୌଡ଼ ,ଭୀଷ୍ମ ପୁଝାରୀ,କବିଚନ୍ଦ୍ର ଶବର, ଗଣେଶ ଶବର, ତୁଳସିରାମ ଶବର, ପୁଷ୍ପରାଜ ଶବର,ତୀର୍ଥ ଶବର ,ସାରଙ୍ଗ ପଣ୍ଡା , ଯୁଗଳ ଶବର ପ୍ରମୁଖ ସହଯୋଗ କରିଥିଲେ ।