ନିଖିଳ ଓଡିଶା ବିଦୁ୍ୟତ ମଜଦୁର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

 କେନ୍ଦ୍ରାପଡା:  ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ କେନ୍ଦ୍ରାପଡା ଶାଖା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଚାରି ଦଫା ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସଂଘ ତରଫରୁ ଏନ୍ପିଏସ୍, ୟୁପିଏସ୍ ବଦଳରେ ପୁରୁଣା ପେନସନ୍ ଲାଗୁ କରିବା, ଏକ ଦେଶ ଏକ ଗ୍ରୀଡ୍, ଏକକ ଚାକିରି ସର୍ତ୍ତାବଳୀ ଲାଗୁ କରିବା, ତ୍ରୟୀ ପାକ୍ଷିକ ଶିଳ୍ପ ସମିତି ବିଦ୍ୟୁତ୍ ଉତ୍ପାଦନ, ପରିବହନ ଓ ବିତରଣ କ୍ଷେତ୍ରରେ ସୃଷ୍ଟି କରିବା ଯେଉଁ ରାଜ୍ୟ ମାନଙ୍କରେ ଅଛି ତାହାକୁ କାର୍ଯ୍ୟକ୍ଷମ କରିବା, ବିଦ୍ୟୁତ୍ କ୍ଷେତ୍ରରେ ଘରୋଇ କରଣକୁ ବନ୍ଦ କରିବା, ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ସହିତ ସମାନ୍ କାର୍ଯ୍ୟ ପାଇଁ ସମାନ୍ ଦରମା ଲାଗୁ କରିବା, ବିଦ୍ୟୁତ୍ ନିୟମ ୨୦୦୩ ଓ ବିଦ୍ୟୁତ୍ବିଲ୍ ୨୦୨୩କୁ ସମୀକ୍ଷା କରି ଘରୋଇ କରଣ ବଦଳରେ ସରକାରୀ ବିଦ୍ୟୁତ୍ ସଂସ୍ଥା ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ, ପରିବହନ ଓ ବିତରଣ ପାଇଁ ବ୍ୟବସ୍ଥା କରିବା, ଓଡିଶାରେ କେନ୍ଦ୍ରୀୟ ଦରମା ସଂହିତା ୨୦୧୯ ଲାଗୁକରିବା ଆଦି ଦାବି ଗୁଡିକ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସତ୍ୟବ୍ରତ ପରିଡା, ସମ୍ପାଦକ ଭାରତୀୟ ମଜଦୁର ସଂଘର ସାଧାରଣ ସମ୍ପାଦକ ନିଖିଳ ଓଡିଶା ବିଦ୍ୟୁତ୍ ମହାସଂଘ ପୈାରହିତ୍ୟରେ ପ୍ରଦାନ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶାନ୍ତନୁ ମଳିକ, ଦୈତାରୀଜେନା, ଅନିଲ୍ କୁମାର ଜେନା, ପ୍ରଶାନ୍ତ କୁମାର ପ୍ରଧାନ, ରମେଶ କୁମାର ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।