ନିମାପଡାରେ ୩୬ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଭାତୀ
ନିମାପଡା : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିମାପଡା ଗସ୍ତରେ ବ୍ଲକ୍ ଛକଠାରେ ନିମାପଡାଠାରୁ ବଳଙ୍ଗା ରାସ୍ତାର ଉନ୍ନତିକରଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଉନ୍ନତିକରଣ ପ୍ରକଳ୍ପ ୩୬ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପ ଦ୍ୱାରା ନିମାପଡାରୁ ବଳଙ୍ଗା ପ୍ରାୟ ୧୪ କିଲୋମିଟର ରାସ୍ତାରେ ଜନସାଧାରଣଙ୍କ ଗମନାଗମନ ସୁଗମ ହେବ ବୋଲି ସେ ଏହି ଅବସରରେ କହିଛନ୍ତି ।
ଏହାପରେ ସେ ନିମାପଡ଼ା ବ୍ଲକର ସମ୍ମିଳନୀ କକ୍ଷରେ ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୬୫ଟି ଉଚ୍ଚÿ ବିଦ୍ୟାଳୟ ଓ ୨ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଶିକ୍ଷାନୁଷ୍ଠାନଗୁଡିକର ପ୍ରଧାନଶିକ୍ଷକମାନଙ୍କ ଉପସ୍ଥିତିରେ ଉଚ୍ଚÿ ବିଦ୍ୟାଳୟଗୁଡିକର ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ ପାଠପଢା ଓ ସହପାଠ୍ୟ କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ଅବସରରେ ଶିକ୍ଷାନୁଷ୍ଠାନଗୁଡିକର ସାମଗ୍ରିକ ବିକାଶ ଓ ଶିକ୍ଷାର ମାନ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ, ବିଡିଓ, ତହସିଲଦାର ଓ ଅତିରିକ୍ତ ଶିକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ପୂଜ୍ୟପୂଜା ପରମ୍ପରାରେ ଗୁରୁମାନଙ୍କର ଭୂମିକାକୁ ସମ୍ମାନ ଜଣାଇବା ଉଦେ୍ଦଶ୍ୟରେ ଆୟୋଜିତ ପୂଜ୍ୟପୂଜା ସମାରୋହରେ ଶ୍ରୀମତୀ ପରିଡା ଯୋଗଦେଇଥିଲେ । ନିମାପଡା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ନିମାପଡା ଶିକ୍ଷା ମଣ୍ଡଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଅବଦାନ ପ୍ରତି କୃତଜ୍ଞତା ଜଣାଇବା ସହ ସେ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।