ଗୋଲଡ ମେଡାଲ ବିଜେତା ରଶ୍ମିତାଙ୍କୁ ସମ୍ବର୍ଦ୍ଧନା

ଟାଙ୍ଗୀ/ଚୌଦ୍ୱାର : ଗତ କିଛି ଦିନ ତଳେ କାଶ୍ମୀର ରେ ଅନୁଷ୍ଠିତ ହୋଇଥିବା ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟ୍ସ "କାନୋଇଙ୍ଗ’ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ୨୦୦ ମିଟର ଓ ୫୦୦ ମିଟର ବୋଟ ଚାଳନାରେ କଟକ ଜିଲ୍ଲା ଚୌଦ୍ୱାର ନବଗ୍ରହ ସାହିର ଝିଅ ରଶ୍ମିତା ସାହୁ ଗୋଲଡ ମେଡାଲ ଜିତିଥିଲେ  ।  ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡ଼ିଓରେ ମନ କି ବାତ କାର୍ଯ୍ୟକ୍ରମରେ ରଶ୍ମିତାଙ୍କ ସହ ସିଧା ସଳଖ କଥା ହୋଇଥିଲେ  । ରଶ୍ମିତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟୁଥିବା ବେଳେ  ଆଜି ଚୌଦ୍ୱାର ନବଗ୍ରହ ସାହି ପୂଜା କମିଟି ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି  । ଏହି କାର୍ଯ୍ୟକ୍ରମ ରେ ପବ୍ଲିକ ୱେଲଫେୟାର ସୋସାଇଟି ର ଅଧକ୍ଷ ଶ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ହିନ୍ଦ ସେବକ ସଙ୍ଘର ସଭାପତି ଦାମୋଦର ସାହୁ, ପଦ୍ମଶ୍ରୀ ଡ଼ ଉସôବ ଚରଣ ଦାସ, ପୌର ପାଳିକା ଅଧକ୍ଷାଙ୍କ ସମେତ ଅଞ୍ଚଳର ବହୁ ମହିଳା ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ  ।