ଯୋଗ ମହୋତ୍ସବ ଅନୁଷ୍ଠିତ

 ଭୁବନେଶ୍ୱର :  ଜୀବନର ସାର୍ଥକତା ଓ ସମ୍ପୂର୍ଣ୍ଣ ଉନ୍ନତି ନିମନ୍ତେ ଯୋଗର ଅମୂଲ୍ୟ ଭୂମିକାକୁ ମନନ କରି ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ଭୁବନେଶ୍ୱର ସ୍ଥିତ ୟୁନିଟ୍-୩ର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଯୋଗ ମହୋତ୍ସବ ସମିତି ଓଡିଶାର ପ୍ରାନ୍ତୀୟ ପ୍ରଶିକ୍ଷକ ପ୍ରଶିକ୍ଷଣ ଶିବିର ସାଂଗଠନିକ ଶୈଳୀରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓଡିଶାର ପୂର୍ବ ପ୍ରାନ୍ତର ୧୧ଟି ଜିଲ୍ଲାର ସଂଯୋଜକ, ସହ ସଂଯୋଜକ ଓ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ହୋଇଥିଲେ । ଶିବିରରେ ସେମାନଙ୍କୁ ଯୋଗ ଶିକ୍ଷା ପ୍ରସାର, ସଂଗଠନ ମଜବୁତ କରିବା ଓ ସମାଜର ସମସ୍ତ ପ୍ରତିଷ୍ଠାନରେ ଯୋଗକୁ ଶୃଙ୍ଖଳିତ ଭାବରେ ପ୍ରବେଶ କରାଯିବା ବିଷୟରେ ବିଶେଷ ପ୍ରଶିକ୍ଷଣ ଦିଆଯାଇଛି ।ଅନୁଷ୍ଠାନର ପ୍ରତିଷ୍ଠାତା ଭାବରେ ଯୋଗ ମହୋସôବ ସମିତି ଓଡ଼ିଶାର ସଂସ୍ଥାପକ ସ୍ୱାମୀ ପ୍ରାଣରୁପାନନ୍ଦ ଜୀ ଉପସ୍ଥିତ ଥିଲେ । ସ୍ୱାମୀଜୀ ତାଙ୍କ ଆଶିର୍ବଚନ ଓ ପ୍ରେରଣାଦାୟକ ଉଦବୋଧନରେ କହିଥିଲେ, "ଯୋଗ କେବଳ ଏକ ଅଭ୍ୟାସ ନୁହଁ, ଏହା ଜୀବନର ଏକ ଅଭିନ୍ନ ଅଂଶ  । ଏହା ମାନବ ଜୀବନକୁ ସମ୍ପୂର୍ଣ୍ଣ ଓ ଶକ୍ତିଶାଳୀ କରିଥାଏ । ଆସନ୍ତୁ, ଆମେ ସମସ୍ତେ ଏହି ଅମୂଲ୍ୟ ଐତିହ୍ୟକୁ ଏବଂ ଏହାର ଲାଭକୁ ଗ୍ରାମ ଗ୍ରାମ, ଜିଲ୍ଲା ଜିଲ୍ଲାରେ ପହଁଚାଇବା ପାଇଁ କାର୍ଯ୍ୟ କରିବା ନେଇ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅନୁଷ୍ଠାନରେ ସମିତିର ପ୍ରାନ୍ତୀୟ ସଦସ୍ୟ ତଥା ଦକ୍ଷ ଯୋଗ ଶିକ୍ଷକ ଶ୍ରୀ ସରୋଜ କାନ୍ତ ମହାପାତ୍ର, ଯୁଗ୍ମ ସମ୍ପାଦକ ସତ୍ୟ ସୋଭନ ମିଶ୍ର, ସଦସ୍ୟା ଅସୀମା ସାହାଣୀ, ସନତ ପଟ୍ଟନାୟକ, ଜୀବନଜ୍ୟୋତି କୁଅଁର ଓ ଅନ୍ୟାନ୍ୟ ବ୍ୟକ୍ତ ଉପସ୍ଥିତ ଥିଲେ ।