ନିର୍ବାଚନ ବିଭ୍ରାଟ ପାଇଁ ଡ୍ରାଗନର ମସୁଧା


ନୂଆଦିଲ୍ଲୀ : ଭାରତ ସମେତ ଆମେରିକା ଓ ଦକ୍ଷିଣ କୋରିଆରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଭ୍ରାଟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି ଡ୍ରାଗନ । କୃତ୍ରିମ ଗୁଇନ୍ଦା ବା ଏଆଇ ଦ୍ୱାରା ବିଭିନ୍ନ ବିଷୟବସ୍ତୁ ତିଆରି କରି ନିର୍ବାଚନକୁ ପ୍ରଭାବିତ କରିବା ଯୋଜନାରେ ରହିଛି ବେଜିଂ ।ଏଭଳି କିଛି ଚେତାବନୀ ବିଲ ଗେଟ୍ସଙ୍କ ମାଇକ୍ରୋସଫ୍ଟ ଜାରି କରିଛି ।
ତାଇୱାନର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବା ପାଇଁ ·ଇନା ଏଆଇର ବ୍ୟବହାର କରିଥିଲା । ଏହାପରେ ଭାରତର ନିର୍ବାଚନରେ ଏଭଳି ବିଭ୍ରାଟ ସୃଷ୍ଟି କରିବା ପାଇଁ ଚୀନ ଯୋଜନା କରୁଥିବା ମାଇକ୍ରୋସଫ୍ଟ ପକ୍ଷରୁ ଚେତାବନୀ ଦିଆଯାଇଛି । ଗତ ମାସରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ ଭେଟିଥିଲେ । ଏହି ସମୟରେ ଉଭୟ ସାମାଜିକ, ମହିଳା ବିକାଶ, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରର ବିକାଶରେ ଏଆଇର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ଆଲୋଚନାର ପରେ ମାଇକ୍ରୋସଫ୍ଟ ପକ୍ଷରୁ ·ଇନାର ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଛି । ଚଳିତ ବର୍ଷ ୟୁରୋପୀୟ ୟୁନିୟନ ସହ ବିଶ୍ୱର ପ୍ରାୟ ୬୪ଟି ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏହି ଦେଶଗୁଡ଼ିକ ସାମୂହିକ ଭାବରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୪୯% । ତେଣୁ ·ଇନା ବଡ଼ବଡ଼ ଦେଶର ସାଧାରଣ ନିର୍ବାଚନର ଫଳାଫଳ ନିଜ ଅନୁସାରେ ପ୍ରସ୍ତୁତ କରିବାକୁ ଏଆଇକୁ ଅସ୍ତ୍ର କରିପାରେ ।
ମାଇକ୍ରୋସଫ୍ଟର ବିପଦ ସଙ୍କେତ ଜାରି କରୁଥିବା ଗୁପ୍ତଚର ଟିମର ସୂଚନା ଅନୁଯାୟୀ, ଉତ୍ତର କୋରିଆ ସହାୟତାରେ ·ଇନା ସମର୍ଥିତ ସାଇବର ଗ୍ରୁପଗୁଡ଼ିକ ୨୦୨୪ରେ ହେବାକୁ ଥିବା ବିଭିନ୍ନ ନିର୍ବାଚନକୁ ଟାର୍ଗେଟ କରିପାରନ୍ତି । ମାଇକ୍ରୋସଫ୍ଟ କହିଛି ଯେ ·ଇନା ନିଜର ସ୍ୱାର୍ଥ ହାସଲ ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ଏଆଇ ଦ୍ୱାରା ବିଭିନ୍ନ କଣ୍ଟେଣ୍ଟ ବା ବିଷୟବସ୍ତୁକୁ ବ୍ୟବହାର କରି ଜନମତକୁ ପ୍ରଭାବିତ କରିପାରେ । ଚଳିତ ଭାରତ ବ୍ୟତୀତ ଦକ୍ଷିଣ କୋରିଆ ଓ ଆମେରିକା ଭଳି ପ୍ରମୁଖ ଦେଶଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ ।