ନିର୍ମାଣାଧିନ ନଦୀବନ୍ଧ ଧସିଲା

ଧାମନଗର: : ଆଖୁଆପଦା ଜଳସମ୍ପଦ ବିଭାଗ, ଧାମନଗର ଅଧିନସ୍ତ ବୈତରଣୀ ନଦୀର ଶାଖା ନଦୀ କୋଚିଳା ନଦୀ ସଇଲୋ ଠାରେ ପ୍ରାୟ ୨ ଶହ ଫୁଟର ନଦୀବନ୍ଧ ଧସି ଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । 
ପ୍ରକାଶ ଥାଉକି କୋଚିଳା ନଦୀର ରାମରାକୂଳ-ହସନାବାଦ ଟି ଆରଇ ବନ୍ଦର ପଧାନି ପଞ୍ଚାୟତର ସଇଲୋ ଗ୍ରାମର ଇନ୍ଦ୍ରମଣି ବିଶ୍ୱାଳଙ୍କ ଘର ନିକଟରେ ଡାହାଣ ପାଖ ବନ୍ଧ ଧଶି ଯାଇଛି । ସୂଚନା ଥାଉକି ସ୍ଥାନରେ ପ୍ରତି ବର୍ଷ ଏପରି ବନ୍ଦ ଧସି ଥାଏ । ସେଠାରେ ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ମରାମତି ରେ ଖର୍ଚ୍ଚ ହୋଇ ଥାଏ ହେଲେ କୌଣସି ସ୍ତାଇ ସମାଧାନ ହୋଇ ପାରେନା । ତେବେ ୧୦ ଦିନ ତଳେ ଏହି ବନ୍ଧରେ ମାଟି ପକା ଯାଇଥିଲା । ମାତ୍ର ଏହି ସ୍ଥାନରେ ମାଟି ପକାଇବା ପରେ ରୁଲିଙ୍ଗି କରା ଯାଇନଥିଲା । ତାପରେ ସେଠାରେ ପଥର ପ୍ୟକିଂ ପାଇଁ ଟ୍ରକ୍ରେ ପଥର ଢ଼ଳା ଯାଇ ଥିଲା । ହେଲେ ଏହି ବନ୍ଧ ପ୍ରାୟ ୨ ଶହ ଫୁଟ ଲମ୍ବରେ ମାଟି ଶହ ପଥର ଧସି ନଦୀ ଗର୍ଭକୁ ଚାଲିଯାଇଛି । ବିପଦ ସଙ୍କୁଳ ଅବସ୍ଥାରେ ଏହି ବନ୍ଧଟି ରହିଛି । ଆଉ ମାତ୍ର ଗୋଟେ ମାସ ପରେ ବର୍ଷା ଦିନ ଆରମ୍ଭ ହୋଇଯିବ । ଏହି ସ୍ଥାନ ମରାମତି ନ ହେଲେ ବିପଦ ସଙ୍କୁଳ ବନ୍ଧରେ ଘାଇ ହେଲେ ଶତାଧିକ ଘର ନାଷ୍ଟ ହେବା ସହ ଚାଷ ବି କ୍ଷତୀ ହେବ । ମାତ୍ର ଘଟଣା ୧୦ ଦିନ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ପାରିଲା ନାହିଁ ।ଚକି ବିଭାଗୀୟ ଉଚ୍ଚ ଅଧିକାରୀ ଏହି ସ୍ଥାନକୁ ଆସିଲେ ନାହିଁ । ଏବେ ଭୟଭୀତ ଅବସ୍ଥାରେ ଗ୍ରାମବାସି ମାନେ ଅଛନ୍ତି । ଏ ଦିଗରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଧାମନଗର ବ୍ଲକ ପ୍ରତିନିଧି ତଥା ପଧାନି ପଞ୍ଚାୟତର ସରପଞ୍ଚ ଅଶୋକ ପୁହାଣ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଦେଖିବା ପରେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ସେଠାରେ ବାରମ୍ୱାର ଏପରି ହେଉ ଥିବାରୁ ଏହି ସ୍ଥାନରୁ ସମ୍ପୂର୍ଣ୍ଣ ମାଟି କଢ଼ାଯାଇ ପଛରେ ସୁରକ୍ଷା ପାଚେରୀ କରାଯାଇ ସେଠାରେ ବନ୍ଧକୁ ସୃଦୁଢ଼ିକରଣ କରା ଯିବ ବୋଲି ମନ୍ତ୍ରିଙ୍କ ପ୍ରତିନିଧି କହିଥିଲେ । ଏହି ନଦୀ ବନ୍ଧ କଡରେ କେତେକ ଲୋକ ଜାଗା ଛାଡୁ ନଥିବାରୁ ବନ୍ଧ କାମରେ ବାଧା ସୃଷ୍ଟି ହେଉଛି ବୋଲି ବିଭାଗୀୟ ଏସଡିଓ କିଶୋର ଦାସ କହିଛନ୍ତି । ତେବେ ତୁରନ୍ତ କାର୍ଯ୍ୟ ଆରମ୍ଭ କରି ନଦୀ ବନ୍ଧକୁ ସୁରକ୍ଷା ଦେବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।