ପୁତ୍ରହନ୍ତା ପିତା ଗିରଫ
ାା ପ୍ରଭାନୁ୍ୟଜ୍ ।ା ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଅନ୍ତର୍ଗତ ଡେର୍ବା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବାପା ନିଜର ପୁଅକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛି । ଏନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପୁତ୍ରହନ୍ତା ପିତାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ, ପଡୋଶୀ ଘର ଛେଳିକୁ ପୁଅ ନିତ୍ୟା କିଷାନ ମାରି ଦେଇଥିଲା । ଏନେଇ ନିତ୍ୟାଙ୍କ ବାପା ଉଦ୍ଧବ କିଷାନଙ୍କୁ ପଡୋଶୀ ଘର ଲୋକେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଉଦ୍ଧବ ନିଜ ପୁଅ ଉପରେ ରାଗି ଯାଇଥିଲେ । ରାତିରେ ନିଶାସକ୍ତ ହୋଇ ପଡୋଶୀ ଘର ଛେଳି କାହିଁ ମାରିଲୁ କହି ପୁଅ ନିତ୍ୟାକୁ ଏକ କାଠ ଫାଳିଆରେ ପିଟିପିଟି ହତ୍ୟା କରିଦେଇଥିଲେ । ମୃତକ ଶରୀରରେ ୨୦ରୁ ଅଧିକ କ୍ଷତ ଥିବାବେଳେ ବାପାର ମାଡରେ ପୁଅର ମୃତୁ୍ୟ ନେଇ ପୁଲିସ ଅଧିକ ତଦନ୍ତ କରୁଛି