ଛନ୍ଦାମୁଣ୍ଡ ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ
ସିଂହପୁର : ଗମନ ଗମନ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମ୍ୟ ରାସ୍ତାଗୁଡିକର ଉନ୍ନତିକାରଣ କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବିଞ୍ଝାରପୁର ବ୍ଲକ ବାଙ୍ଗରା ଅଂଚଳରେ । ବାଙ୍ଗରା ପଂଚାୟତ ଛନ୍ଦାମୁଣ୍ଡ ଗ୍ରାମର ୭ ନମ୍ବର ୱାର୍ଡର ଗୁଣ୍ଡିଚା ମନ୍ଦିର ସମ୍ମୁଖ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ଗ୍ରାମ୍ୟ ରାସ୍ତା ୧୦୦ ମିଟର ଦୀର୍ଘ ଦିନ ହେଲା ଶୋଚନୀୟ ହୋଇପଡ଼ିଛି । ମାଟି ରାସ୍ତା ଯୋଗୁଁ ସାମାନ୍ୟ ବର୍ଷାରେ କାଦୁଅରେ ବିପର୍ଯ୍ୟସ୍ତ ହୋଇପଡିଛି । ଦୀର୍ଘଦିନ ହେଲା ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ ମଧ୍ୟ ଅଦ୍ୟାବଧି ରାସ୍ତା ଢଳେଇ କରାଯାଉନାହିଁ । ବିଭିନ୍ନ ସ୍ଥାନରେ ରାସ୍ତା ଗଳିକନ୍ଦି ଢଲେଇ ହେଉଥିଲେ ମଧ୍ୟ ଇଚ୍ଛାକୃତ ଭାବେ ଏହି ରାସ୍ତା କାର୍ଯ୍ୟ କରାଯାଉନଥିବା ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରିଛନ୍ତି । ପ୍ରତିଦିନ ଏହି ରାସ୍ତାରେ ବର୍ଷା ଦିନେ ଶତାଧିକ ଲୋକେ ଦହ ଗଞ୍ଜ ଭାବେ ଯାତାୟତ କରୁଛନ୍ତି । ତୁରନ୍ତ ରାସ୍ତା ଢଲେଇ କରିବାକୁ ଜନସାଧାରଣ ପକ୍ଷରୁ ଦାବି କରାଯାଇଛି ।