ସତ୍ସଙ୍ଗ ମନ୍ଦିର ଉଦ୍ଘାଟନର ଦ୍ୱିତୀୟ ଦିନ: ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

 ବୈଶିଙ୍ଗା:  ଜାତୀୟ ରାଜପଥ ୧୮ନମ୍ବର ପାର୍ଶ୍ୱରେ ନୂତନ କରି ଗଢି ଉଠିଥିବା ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଭବ୍ୟ ମନ୍ଦିରକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଛନ୍ତି, ଦେଓଘରର ମୁଖ୍ୟ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ । ୧୫ ତାରିଖ ଅପରାହ୍ଣରେ ଏହା ଉଦଘାଟନ ସହ ଉପସ୍ଥିତ ସତସଙ୍ଗୀ ଓ ସାଧାରଣ ଭକ୍ତଗଣଙ୍କୁ ଆଶୀର୍ବଚନ ଶୁଣାଇଥିଲେ  । ୧୬ ତାରିଖ ପ୍ରାତଃ ଘ୫.୩୫ମିନିଟ୍ରୁ ଭଜନ କୀର୍ତ୍ତନ ଭଳି ମାଙ୍ଗଳିକ କାର୍ଯ୍ୟକ୍ରମ ଦିନବ୍ୟାପୀ ଚାଲୁରହିବା ସହ ପ୍ରାୟ ହଜାର ହଜାର ଭକ୍ତ ସମାଗମ ହୋଇଥିଲା । ଭକ୍ତଗଣ ଶୃଙ୍ଖଳିତ ଭାବେ ସମସ୍ତେ ପ୍ରସାଦ ସେବନ ସହ ପ୍ରାର୍ଥନା ସଭାରେ ଯୋଗଦାନ କରିଥିଲେ  । ସନ୍ଧ୍ୟାରେ ଆତସବାଜି ପ୍ରଦର୍ଶନ ସହ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଭଳି କାର୍ଯ୍ୟ ପାଇଁ ଏକ ଧାର୍ମିକ ମାହୋଲ ସୃଷ୍ଟି ହୋଇ ଥିବାର ଦେଖାଯାଇଛି  ।