ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ନେଇ ପ୍ରସ୍ତୁତି
ସାଲେପୁର : ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଓ ଉକ୍ରଳ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିବର୍ଷ ପରି ଚଳିତବର୍ଷ ମାର୍ଚ୍ଚ ୩୦, ୩୧ ଓ ଏପ୍ରିଲ ୧ରିଖ ତିନି ଦିନ ଧରି ଉକ୍ରଳ ଦିବସ ଓ ସଂଘର ବାର୍ଷିକ ଉତ୍ସବ ପାଳନ କରାଯିବ ବୋଲି ସ୍ଥିର କରାଯାଇଥିଲା । ୩ଦିନ ଧରି ପାଳିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୃତ୍ୟ, ସଂଗୀତ, ବକ୍ରୃତା ପ୍ରତିଯୋଗିତା, ପ୍ରଭାତଫେରି, ମଧୁବାବୁ ସ୍ୱାଭିମାନ୍ ଯାତ୍ରା ଓ ଆତସବାଦି ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ଓ ରାଜନେତାମାନେ ଯୋଗଦେବା ପାଇଁ କାର୍ଯ୍ୟକ୍ରମ ରହିଛି । ସେହିପରି ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ଦର୍ଶକମାନଙ୍କ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯିବା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ଏହି ପରିପ୍ରେକ୍ଷୀରେ ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାଶ, ମହାସଚିବ ଭାବେ ମନୋଜ ଆଚାର୍ଯ୍ୟ, କାର୍ଯ୍ୟକାରିଣୀ ସଭାପତି ଭାବେ ଶାରଦା ପଣ୍ଡା, ଉପସଭାପତି ଭାବେ ଦୀପକ ଦାସ, ମନୋଜ ମହାନ୍ତି, ସଂପାଦକ ହୃଷିକେଶ ମଲ୍ଲିକ, ସହ ସଂପାଦକ ଅରବିନ୍ଦ ଭୂୟାଁ, କୋଷାଧ୍ୟକ୍ଷ ସୁଧିର କୁମାର ଶତପଥି, ଅଫିସ ପରିଚାଳକ ଭାବେ ହେମନ୍ତ କୁମାର ଭୂୟାଁଙ୍କୁ ମନୋନୀତ କରାଯାଇଥିବାବେଳେ ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ର, ଅଭୟ ଜେନା, ଅମ୍ବିକା ପ୍ରସାଦ କାନୁନଗୋ, ବିସ୍ମିତ ଜେନା, ବଲ୍ଲଭ ଚରଣ ପଲାଇ, ଅରବିନ୍ଦ ପଣ୍ଡା, ଅମିୟ କୁମାର ନାୟକ ପ୍ରମୁଖ ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ ସଭ୍ୟ ଭାବେ ଅମୀୟ କୁମାର ବିଶ୍ୱାଳ, ଗୁଲରେଜ ଅଲ୍ଲି, ମହେଶ୍ୱର ବେହେରା, ଇଂ. ସନ୍ତୋଷ କୁମାର ସ୍ୱାଇଁ, ରଘୁନାଥ ପାତ୍ର, ତ୍ୁଷାରଜ୍ୟୋତି ନାୟକ, ସେକ୍ ରହିମଉଦ୍ଦିନ, କେଦାର ନାୟକ ସଭ୍ୟ ଭାବେ ସାମିଲ ହୋଇଥିଲେ । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ତାରାକାନ୍ତ ନାୟକ, ଚିତ୍ତରଂଜନ ମୁଦୁଲି,ପ୍ରତୁ୍ୟଷ ମହାନ୍ତି, ବିରଞ୍ଚôନାରାୟଣ କର, ପ୍ରଦୀପ୍ତ କୁମାର କର, ଅଜୟ କୁମାର ସାହୁ, ପ୍ରତାପ ଚନ୍ଦ୍ର ଭୂୟାଁ, ସୁଜିତ୍ ଭୂୟାଁ, ଅନନ୍ତ ଚରଣ ଦାସ, କମଳାକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।