ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସରେ ଯୋଗଦେଲେ ଅଶ୍ୱିନୀ

ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସରେ ଯୋଗଦେଲେ ଅଶ୍ୱିନୀ

ନୂଆଦିଲ୍ଲୀ : ଗୋଟିଏ ଗଣତାନ୍ତ୍ରିକ ଦେଶରେ ପ୍ରେସ୍‌ ବା ଗଣମାଧ୍ୟମ ହେଉଛି ନାଗରିକଙ୍କ ଆଖି ଏବଂ କାନ । ଆଜି ଆମେ ଜାତୀୟ ପ୍ରେସ୍‌ ଦିବସ ପାଳନ କରୁଥିବା ସମୟରେ ଏଆଇ ଯୁଗରେ ବଢ଼ୁଥିବା ଭୁଲ ସୂଚନାର ଭିଡ ମଧ୍ୟରେ ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ଗଣମାଧ୍ୟମର ବିଶ୍ୱସନୀୟତାକୁ ସୁରକ୍ଷା ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ନୂଆଦିଲ୍ଲୀର ନେସନାଲ ମିଡିଆ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥିମାନେ ଏହି ମତ ପ୍ରକାଶ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ ‘ବର୍ଦ୍ଧିତ ଭୁଲ ସୂଚନା ମଧ୍ୟରେ ଗଣମାଧ୍ୟମର ବିଶ୍ୱସନୀୟତାକୁ ସୁରକ୍ଷା ଦେବା’ ଉପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଭାରତୀୟ ପ୍ରେସ କାଉନସିଲ (ପିସିଆଇ)ର ଅଧ୍ୟକ୍ଷା ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇ କହିଛନ୍ତି, ଏଆଇ କେବେବି ମାନବ ମନକୁ ବଦଳାଇପାରିବ ନାହିଁ । ପ୍ରତ୍ୟେକ ସାମ୍ବାଦିକଙ୍କୁ ମାର୍ଗଦର୍ଶନ କରୁଥିବା ବିଚାରଶକ୍ତି, ବିବେକ ଏବଂ ଦାୟିତ୍ୱବୋଧକୁ ଏଆଇ କେବେ ବଦଳାଇପାରିବ ନାହିଁ । ତେଣୁ ସେମାନେ ଏହା ସହାୟତାରେ ଭୁଲ ସୂଚନା ପ୍ରସାରଣକୁ ରୋକିବା ଉଚିତ ।


     ମୁଖ୍ୟ ଅଭିଭାଷଣ ରଖି ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ (ପିଟିଆଇ)ର ସିଇଓ ବିଜୟ ଯୋଶୀ କହିଛନ୍ତି,  ଆଜି ଆମେ ସମସ୍ତେ ଏକ ସମାଜ ଭାବରେ ସମ୍ମୁଖୀନ ହେଉଥିବା ‘ଇନଫୋଡେମିକ୍‌'ର ମୁକାବିଲା ପାଇଁ ସମାଧାନ ଜରୁରୀ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ରେଳ ଏବଂ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍‌. ମୁରୁଗନ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏବଂ ପିସିଆଇର ସଚିବ ଶୁଭା ଗୁପ୍ତା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଜଷ୍ଟିସ୍‌ ରଞ୍ଜନା ପ୍ରକାଶ ଦେଶାଇ ଗଣମାଧ୍ୟମ ସ୍ୱାଧୀନତାର ସୁରକ୍ଷା ଏବଂ ଉଚ୍ଚକୋଟୀର ସାମ୍ବାଦିକତା ମାନଦଣ୍ଡ ବଜାୟ ରଖିବା ପାଇଁ ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆର ଦ୍ୱିଗୁଣିତ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ ।