ନୂତନ ଆଇଆଇସିଙ୍କ ଯୋଗଦାନ

 କଟକ: କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ଅନ୍ତର୍ଗତ କଟକ ସଦର ଥାନାର ନୂତନ ଆଇଆଇସି ଭାବେ ଓମ୍ ପ୍ରକାଶ ମହାନ୍ତି ଯୋଗଦାନ କରିଛନ୍ତି । ପୂର୍ବରୁ ସେ ପାହାଳ ଥାନାରେ ସବଇନ୍ସପେକ୍ଟର ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରି ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇ ଜଗତପୁର ଥାନାର ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ । କମିଶନରେଟ ପୁଲିସଙ୍କ ନିଦେ୍ର୍ଦଶକ୍ରମେ ତାଙ୍କୁ ସଦର ଥାନାକୁ ବଦଳି କରାଯିବା ପରେ ଆଜି ଶ୍ରୀ ମହାନ୍ତି ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାପରେ ସେ ଜୋନ ଏସସିପି ଅମିତାଭ ମହାପାତ୍ରଙ୍କ ସମେତ ବିଭାଗୀୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ସଦର ଅଂଚଳରେ ଶାନ୍ତି ଶୃଙ୍ଖଳା ବଜାୟରଖିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରାଥମିକତା ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।