ରାଷ୍ଟ୍ରୀୟ ନବ ବର୍ଷ ପାଳିତ
କଟକ: ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଯୋଜନାରେ ପରିଚାଳିତ ମହାନଦୀ ବିହାର ଶିଶୁ ବିଦ୍ୟାମନ୍ଦିରରେ ପରିସରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ପ୍ରାକ୍ତନ ସଂଘଚାଳକ ସୁନିଲ କୁମାର ଦ୍ୱିବେଦୀ ମୁଖ୍ୟବକ୍ତା ଭାବେର ଯୋଗଦାନ କରି ନବବର୍ଷ ତଥା ଅଦ୍ୟ ଦିବସର ବିଶେଷତ୍ୱ ବିଷୟରେ ଆଲୋଚନା କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୁଶ୍ରୀ ପ୍ରତିମା ଶତପଥୀ ଉପସ୍ଥିତ ରହି ଦର୍ଶକ ସମାଜକୁ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଦିବା ପର୍ଯ୍ୟାୟ ପ୍ରମୁଖ ଚକ୍ରଧର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସଭା ପରେ ଶିଶୁମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।