ଜୟପ୍ରକାଶ ଶ୍ରେଷ୍ଠ ପାଣି ପଞ୍ଚାୟତ
ନୀଳଗିରି : ନୀଳଗିରି କ୍ଷୁଦ୍ର ଜଳସେଚନ ବିଭାଗରେ ଥିବା ଧୋବାଘାଟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଜୟପ୍ରକାଶ ପାଣି ପଞ୍ଚାୟତକୁ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଶ୍ରେଷ୍ଠ ପାଣିପଞ୍ଚାୟତ ଭାବେ ପୁରସ୍କୃତ କରାଯାଇଛି । ପାଣି ପଞ୍ଚାୟତର ସଭାପତି ଗଙ୍ଗାଧର ମିଶ୍ର, ସମ୍ପାଦକ ସୁରେଶ ଦାସ, କୋଷାଧ୍ୟକ୍ଷ ମନ୍ମଥ ବେହେରା ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଅତିଥିଙ୍କ ଠାରୁ କପ୍ ସହ ପଚାଶ ହଜାର ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି । ଏଥିପାଇଁ ଜୟ ପ୍ରକାଶ ପାଣି ପଞ୍ଚାୟତର ସମସ୍ତ ସଭ୍ୟ, ଚାଷୀ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସଭାପତି ଗଙ୍ଗାଧର ମିଶ୍ର ଧନ୍ୟବାଦ ଜଣାଇଛନ୍ତି ।