ନୂତନ ଜିଲ୍ଲା ଅଧିବକ୍ତା କାର୍ଯ୍ୟାଳୟ ଉନ୍ମୋଚିତ
କେନ୍ଦୁଝର: ସବକଲେକ୍ଟର ଅଫିସ ନିକଟରେ ଜିଲ୍ଲା ଅଧିବକ୍ତା କାର୍ଯ୍ୟାଳୟ ନୂତନ ଭାବେ ଉନ୍ମୋଚିତ ହୋଇଛି । ଏଥିରେ କେନ୍ଦୁଝର ଜିଲ୍ଲାପାଳ ଭିଶାଲ ସିଂ, ଏସ୍ପି ନିତିନ କୁଶଲ କର, ଡିଏଫ୍ଓ ଧନରାଜ ଏଚ୍ଡି ଅତିଥି ଭାବେ ଉପସ୍ଥିତ ଥିଲେ । ଅଧିବକ୍ତାଙ୍କ ଟ୍ରେନିଂ ପ୍ରୋଗ୍ରାମକୁ ଆଖି ଆଗରେ ରଖି ଏହି କାର୍ଯ୍ୟାଳୟରେ ଏକ ସଭାଗୃହ ମଧ୍ୟ ସ୍ଥାନ ପାଇଛି । ଆଗାମୀ ଦିନରେ ପ୍ରସିକୁ୍ୟସନ କିପରି ସୁଦୃଢ ହୋଇପାରିବ ସେ ବିଷୟରେ ଜିଲ୍ଲାପାଳ ଓ ଏସ୍ପି ତାଙ୍କର ମତ ରଖିବା ସହ କେନ୍ଦୁଝର ବାର୍ ଆସୋସିଏସନ୍ ସଭାପତି ଆଲୋକ ମହାନ୍ତ ବକ୍ତବ୍ୟ ରଖିଥିଲେ । ଆନନ୍ଦପୁର, କେନ୍ଦୁଝର ଏବଂ ଚମ୍ପୁଆ, ବଡବିଲର ସମସ୍ତ ଅଧିବକ୍ତା ଉପସ୍ଥିତ ଥିବା ସହ କାର୍ଯ୍ୟାଳୟ ଆଗକୁ ପ୍ରସିକୁ୍ୟସନ କାର୍ଯ୍ୟରେ ଘଟୁଥିବା ଅସୁବିଧାକୁ ଦୂର କରି ପାରିବ ବୋଲି ମତ ପ୍ରଦାନ କରିଥିଲେ ।