୨ ଡକାୟତ ଗିରଫ
କେନ୍ଦୁଝର: : କେନ୍ଦୁଝର ପୁଲିସ ପୂର୍ବରୁ ଡକାୟତି କେସ୍ରେ ସାମିଲ ହୋଇ ଫେରାର ଥିବା ଏକ ଡକାୟତ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନାମରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟରେ ଅନେକ ମାମଲା ରହିଛି । ଗିରଫମାନଙ୍କ ଘର ଝାଡ଼ଖଣ୍ଡ ରାଜ୍ୟରେ କିନ୍ତୁ ସଦର ଥାନା ପଦ୍ମପୁର ଗ୍ରାମରେ ରହୁଥିଲେ ବୋଲି ଜାଣିବାକୁ ପାଇଛି । ସେମାନେ ହେଲେ ଲଖନପୁର ଗାଁର ଏମ୍ଡି ସାଲାହୁଦ୍ଦିନ (୩୧) ଏବଂ ବାବୁଣ୍ଡିହା ଗାଁର ଏମଡି ତାଜୁଦ୍ଦିନ (୨୧) ଏବଂ ଉଭୟ ଝାରଖଣ୍ଡ ରାଜ୍ୟର ଗିରିଡିହ ଜିଲାର ଅହିଲ୍ୟାପୁର ଥାନା ଅଧୀନରେ ଅଛନ୍ତି । ପୁଲିସ ସେମାନଙ୍କ ଠାରୁ ଏକ କାର୍ (ଓଡି ୦୯ ଏସି ୦୪୬୭) ଜବତ କରିଛି । ଗୋଟିଏ ବାଇକ୍ ( ଓଡି ୦୯ ଏକ୍ସ ୦୭୯୫) ନକଲି ନମ୍ବର ଥିବା ବାଇକ (ଓଆର୍ ୦୯ ଏମ୍୍ ୭୧୫୭), ବିନା ନମ୍ବର ପ୍ଲେଟର ଏକ ବାଇକ୍, ନକଲି ନମ୍ବର୍ ଥିବା ବାଇକ୍ ଜେଏଚ୍ ୦୯ ଏଜେ ୭୬୯୧ ଜବତ କରିଛି । ସେମାନଙ୍କ ନାମରେ ଟାଉନ ଥାନାରେ କେସ୍ ନମ୍ବର ୫୬୧/୧୧.୧୧.୨୪ ରହିଛି । ସେହିପରି ପଶ୍ଚିମବଙ୍ଗ କୁଲ୍ଟି ପୋଲିସ ଥାନାରେ ମାମଲା ନଂ- ୩୩୭, ୧୪.୭.୨୧ରେ ମାମଲା ରହିଥିବା ବେଳେ କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା କେସ୍ ନଂ-୨୯ ତା-୮.୧୨.୨୪ରେ ମାମଲା ରହିଛି । ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅନ୍ୟ ମାମଲାରେ ସମ୍ପୃକ୍ତ ଥିବା ତଥା ଅନ୍ୟ ପୁଲିସ ଥାନାରେ କୌଣସି କେସ୍ ରହିଛି କି ସେ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି ।