ହୋଲି ମେଲଣ ଓ ରଙ୍ଗସଭା ଉଦ୍ୟାପିତ 

 ରାଜନଗର : ରାଜନଗର ବ୍ଲକର ଏକ ପ୍ରମୁଖ ଗଣପର୍ବ ହୋଲି ମେଲଣ ଓ ରଙ୍ଗସଭା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ରାଧାକୃଷ୍ଣ ମେଲଣ କମିଟିର ସଭାପତି ତଥା ଆଇଆଇସି ନରେଶକୁମାର ସାହୁ, ସଂପାଦକ ପ୍ରଭାତଚନ୍ଦ୍ର ମିଶ୍ରଙ୍କ ପୈ÷ାରହିତ୍ୟରେ ବ୍ଲକସ୍ତରୀୟ ହୋଲି ମେଲଣ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ଦିନ ସନ୍ଧ୍ୟାରେ କମିଟିର ସମସ୍ତ କର୍ମକର୍ତା ସଂକୀର୍ତନ ମଣ୍ଡଳୀ ରୋଷଣୀ ସହ ସଭାପତି ଶ୍ରୀ ସାହୁଙ୍କ ସହ ତାଙ୍କ ସହଧର୍ମିଣୀ ସରିତା ସାହୁଙ୍କୁ ମଣ୍ଡପ ପ୍ରତିଷ୍ଠା ପାଇଁ ପାଛୋଟି ଆଣିଥିଲେ । ଶ୍ରୀ ସାହୁ ଶସ୍ତ୍ରିକ ମଣ୍ଡପ ପ୍ରତିଷ୍ଠା କରିବା ପରେ ଥାନପତିଙ୍କୁ ନିମନ୍ତ୍ରଣ କରିବାକୁ ରାଜନଗରସ୍ଥିତ ଦଧିବାମନ ମନ୍ଦିର ପରିସରକୁ ଯାଇଥିଲେ । ଚଳିତବର୍ଷ ମେଲଣ କମିଟି ପକ୍ଷରୁ କେରଳର ପ୍ରଦୀପନୃତ୍ୟ, ପାବି ବାଜା, ଘୋଡାନାଚ, ଲଉଡିଖେଳ, ଶିବ ତାଣ୍ଡବ ଓ ପୁରୀର ସାହିନୃତ୍ୟ ବେଶ ଚିତାକର୍ଷକ ହୋଇଥିଲା । ସକାଳ ସୁଦ୍ଧା ମେଲଣ ପଡିଆକୁ ଥାନପତିଙ୍କ ପରେ ଗୋଟିଏ ପରେ ଗୋଟିଏ ବିମାନ ସଂକୀର୍ତନ ମଣ୍ଡଳୀ ସହ ବାଜାବାଣ ରୋଷଣୀରେ ମେଲଣ ପଡିଆକୁ ୩୦ଟି ବିମାନ ବିଜେ କରିଥିଲେ । ସମସ୍ତ ବିମାନରେ ଭୋଗ ଲାଗି କରିବା ପରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା । ସଭାପତି ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରଙ୍ଗସଭାକୁ ପଣ୍ଡିତ ଶଙ୍କର୍ଷଣ ମିଶ୍ର ସଂଯୋଜନା କରିଥିଲେ । ପାରମ୍ପରିକ ଓଡିଶୀ, ଛାନ୍ଦ, ଚମ୍ପୁ, ଭଜନ ଜଣାଣରେ ରଙ୍ଗସଭା ପ୍ରକମ୍ପିତ ହୋଇଥିଲା । ଶେଷରେ ବିମାନ ନେଇ ଆସିଥିବା କର୍ମକର୍ତାମାନଙ୍କୁ ସଭାପତି ଶ୍ରୀ ସାହୁ ଉତ୍ତରୀୟ, ପୁଷ୍ପଗୁଛ ଦେବା ସହ ଅବିର ବୋଳି ମିଠା ଖୁଆଇ ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ କମିଟି କର୍ମକର୍ତାଙ୍କ ସହ ସମ୍ପାଦକ ଶ୍ରୀ ମିଶ୍ର, ଚିତରଂଜନ ଦାସ, ରମେଶଚନ୍ଦ୍ର ଲାଲ, ଅନିରୁଦ୍ଧ ପରିଡା, ଅକ୍ଷୟକୁମାର ନାୟକ, ବାଇଧର ସେଠୀ, ନାରାୟଣ ମାହୁଁ", ଅଭିରାମ ସାହୁ, ହରେକୃଷ୍ଣ ଲେଙ୍କା, ପ୍ରଦୀପ୍ତକୁମାର ବେହୁରା, ପ୍ରଦୀପ ଲେଙ୍କା, ଭବାନୀପ୍ରସାଦ ମହାପାତ୍ର, ଶତୃଘନ ତରାଇ, ଜଗନ୍ନାଥ ଦାସ, ଡାକ୍ତର ଅମୀୟ ପରିଡା, ମହେଶ୍ୱର ସେଠୀ ପ୍ରମୁଖ ଉପସ୍ଥିତ ଥିôଲେ ।