ନୂତନ ପଦ୍ଧତିରେ ଚାଷୀ ପଞ୍ଜିକରଣକୁ ବିଜେଡିର ବିରୋଧ
ବରଗଡ଼ : ନୂତନ ପଦ୍ଧତିରେ ଚାଷୀ ପଞ୍ଜିକରଣକୁ ବିରୋଧ କରିଛି ବିଜେଡି । ଏଥିସହିତ ଏଥିପୁରୁଣା ପଞ୍ଜିକରଣ ପ୍ରକ୍ରିୟାରେ ଚାଷୀଙ୍କ ପଞ୍ଜିକରଣ କରାଯିବାକୁ ଅନୁରୋଧ କରିବା ସହ ସେହିଭଳି ନ ହେଲେ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି । ଏ ନେଇ ଜିଲ୍ଲା ବିଜେଡ଼ି ସଭାପତି ଜାପାନ ମହାପାତ୍ରଙ୍କ ନେତୃତ୍ୱରେ ବିଜେଡ଼ିର ବହୁ ପ୍ରମୁଖ ନେତୃମଣ୍ଡଳୀ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ, ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଚାଷୀ ପଞ୍ଜିକରଣ ପାଇଁ ଉଦ୍ଦିଷ୍ଟ ପ୍ରକ୍ରିୟାରେ ବଂଶାବଳୀ ଉଲ୍ଲେଖ କରିବା ଯେଉଁ ବାଧ୍ୟତାମୂଳକ କରାଯାଇଛି, ତଦ୍ୱାରା ଚାଷୀଙ୍କ ପଞ୍ଜିକରଣ ବ୍ୟବସ୍ଥା ସରଳ ହେବା ପରିବର୍ତ୍ତେ ଜଟିଳ ହେବ । କାରଣ ପ୍ରତ୍ୟେକ ଯୌଥ ପରିବାରର କେହି ନା କେହି ବାହାରେ ରହୁଛନ୍ତି, ଭାଇମାନେ ସମସ୍ତେ ଆସି ଆଇ ସ୍କାନ୍ କରିବା ମୁସ୍କିଲ ଅଟେ । ଦ୍ୱିତୀୟରେ ବହୁ ଗୁଡ଼ିଏ ପରିବାରରେ ଜମି ପଟ୍ଟା ଗୁଡ଼ିକ ଏକିକ୍ରିତ ବା ଏକ ଜମାଲି ହୋଇ ରହିଛି, ସେ ସମସ୍ତଙ୍କୁ ନେଇ ପଞ୍ଜିକରଣ କରିବା ବହୁ ସମସ୍ୟା ସୃଷ୍ଟି କରିବ । ସମସ୍ତ ଅଂଶୀଦାରମାନେ ଏକା ସାଙ୍ଗରେ ଉପସ୍ଥିତ ରହି ଆଖି ସ୍କାନ କରିବା ତଥା ସହମତି ପ୍ରକାଶ କରିବା କାଠିକାର ପାଠ ଅଟେ ।ଏହା ପ୍ରକୃତ ଚାଷୀ ପାଇଁ ଅସୁବିଧା ସୃଷ୍ଟି କରିଛି । ଏହିଭଳି ନିୟମ ଦ୍ୱାରା ୭୦ ପ୍ରତିଶତ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ । ତେଣୁ ବିଜେଡି ଦାବି କରିଛି ଯେ ଏହି ନୂତନ ପଞ୍ଜିକରଣ ପ୍ରକ୍ରିୟାକୁ ତୁରନ୍ତ ପ୍ରତ୍ୟାହାର କରାଯାଇ ପୁରୁଣା ପଦ୍ଧତିରେ ସରଳ ଓ ସହଜ ଉପାୟରେ ଯେପରି ଚାଷୀକୂଳ ନିଜର ନାମକୁ ପଞ୍ଜିକୃତ କରିପାରିବେ, ସେଥିପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେଇ ଗଠନ ମୂଳକ ପଦକ୍ଷେପ ନେବେ ବୋଲି ଅନୁରୋଧ କରାଯାଇଛି । ଏହି ସମସ୍ୟା ର ସମାଧାନ ନ ହେଲେ ଦଳ ଆଗାମୀ ଦିନରେ ଆନେ୍ଦାଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛି ଦଳ । ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୌରାଧ୍ୟକ୍ଷ କଳ୍ପନା ମାଝୀ , ସୁଶାନ୍ତ ମିଶ୍ର, ଗୌରହରୀ ମିଶ୍ର, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦୁ୍ୟମ୍ନ ତ୍ରିପାଠୀ, ଟାଉନ ବିଜେଡି ସଭାପତି କିଶୋର ମିଶ୍ର, ବରଗଡ଼ ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ନାଏକ, ସୁବ୍ରତ ବେହେରା, ଟିକେତ୍ ମହତ୍ତମ୍, ଗଣତନ୍ତ୍ର ପ୍ରଧାନ, ବିକ୍ରମ ସିଂହ, ମଧୁ ସାହୁ, ଦିଲ୍ଲୀପ ପଧାନ, କିଶୋର ଦେବତା, ପ୍ରଶାନ୍ତ ମିଶ୍ର, ଯତୀନ ଦାସ, ଗଣେଶ ସାହୁ, ସତ୍ୟଜିତ ପୁରୋହିତ, ସୁଶାନ୍ତ ସାହୁ, ଘଡି ବେହେରା, ତରଣି ଦେବତା, ମଧୁ ପ୍ରଧାନ, ସୁରେନ୍ଦ୍ର କର୍ମୀ, ହରିଶଙ୍କର ବେହେରା, କୁଳମଣି ପ୍ରଧାନ, ଗଣେଶ ପ୍ରଧାନ, ରବି ସାହୁ ପ୍ରମୁଖ ସାମିଲ ହୋଇ ଦାବିପତ୍ର ପ୍ରଦାନ କରିଥିଲେ ।