ଡିସେମ୍ବରରେ ଆସିବ ନାହିଁ ସୁଭଦ୍ରା ଟଙ୍କା!
SUBHADRA YOJANA

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ଡିସେମ୍ବରରେ ମିଳିବ ନାହିଁ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ।ଯେଉଁମାନେ ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିଛନ୍ତି, କିନ୍ତୁ ଟଙ୍କା ଆସିନି, ସେମାନଙ୍କୁ ଆଗାମୀ କିସ୍ତି ଟଙ୍କା ଆସିବା ପୂର୍ବରୁ କିଛି କାମ ସାରିବାକୁ ପଡ଼ିବ । ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ପରେ ସୁଭଦ୍ରା ଟଙ୍କା ମିଳିବ ବୋଲି ଆଜି ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
ସେ କହିଛନ୍ତି, ବର୍ତ୍ତମାନ ପାଇଁ ୪ର୍ଥ ପର୍ଯ୍ୟାୟ କିସ୍ତିକୁ ସ୍ଥଗିତ ରଖାଯାଇଛି । ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ସ୍ଥଗିତ ରହିଛି ୪ର୍ଥ ପର୍ଯ୍ୟାୟ କିସ୍ତି । ସବୁ ପ୍ରକାର ଯାଞ୍ଚ ସରିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିଯିବ ବୋଲି ଆଶା ରହିଛି ।
ଯେଉଁ ହିତାଧିକାରୀଙ୍କର ବାୟୋମେଟ୍ରିକରେ E-KYC ଶେଷ ଦେଖାଉଛି, ତେବେ ଅଚିନ୍ତା ରୁହନ୍ତୁ । ଯେଉଁମାନେE-KYC କରିନାହାନ୍ତି, ସେମାନେ ତୁରନ୍ତ ବାୟୋମେଟ୍ରିକ ପ୍ରକ୍ରିୟାରେ E-KYC କରନ୍ତୁ ।ଯେଉଁମାନେ ଓଟିପି ଦ୍ୱାରା ସୁଭଦ୍ରା ଆବେଦନ କରିଥିଲେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଟଙ୍କା ଆସିନାହିଁ, ସେମାନଙ୍କୁ ବାୟୋମେଟ୍ରିକ କରିବାକୁ ପଡିବ । ସେମାନଙ୍କ ପାଖରେ ଆଉ ଗୋଟିଏ ବିକଳ୍ପ ଅଛି । ସେମାନେ ବାୟୋମେଟ୍ରିକରେE-KYC କରିପାରିବେ । ନହେଲେ ଆଗାମୀ କିସ୍ତି ଟଙ୍କା ହୁଏତ ଖାତାକୁ ଆସିନପାରେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
E-KYCଅପ୍ଡେଟ୍ ନଥିବାରୁ ୫ ଲକ୍ଷ ୧୧ ହଜାର ଆବେଦନ ପଡି ରହିଛି । ସେମାନଙ୍କର ଅଣ୍ଡର ପ୍ରୋସେସ ଦେଖାଉଛି । ସେମାନଙ୍କୁ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ର ଯାଇ E-KYC କରିବାକୁ ପଡିବ । ଗାଁରେ ଗାଁରେ ଏବେ ଫିଲ୍ଡ ଭେରିଫିକେସନ୍ ଚାଲିଛି ସେଥିରେ ସମସ୍ତେ ସହଯୋଗ କରନ୍ତୁ । ନିଜର କୌଣସି ଅସୁବିଧା ଥିଲେ ବ୍ଲକ ଅଫିସ, ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ଅଭିଯୋଗ ଜଣାନ୍ତୁ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ମଣ୍ଡିରେ ୫ ଏକର ଜମି ଥିବା ଦର୍ଶାଇଥିଲେ ରିଜେକ୍ଟ ଲିଷ୍ଟରେ ନାଁ ଆସିବ । ଭୁଲବଶତଃ ଉଲ୍ଲେଖ କରିଥିଲେ ପୋର୍ଟାଲ ମାଧ୍ୟମରେ ଅଭିଯୋଗ ଦାଖଲ କରନ୍ତୁ । ଯେଉଁମାନଙ୍କ ରିଜେକ୍ଟ ହୋଇଯାଇଛି, ସେମାନଙ୍କ ୩ ଥର ଯାଞ୍ଚ ସରିଲାଣି ।
ସୂଚନାଯୋଗ୍ୟ, ହିତାଧୀକାରୀଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିସାରିଛି । ଡିସେମ୍ବର ୨୫ ତାରିଖରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବବୋଲି ଚର୍ଚ୍ଚା ହେଉଥିଲା । ତେବେ ଯାଞ୍ଚ ଜାରିରହିଥିବାରୁ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଡିସେମ୍ବରରେ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।