ନୂତନ ବ୍ୟବସାୟୀ ସଂଘ ଗଠିତ
ରାଇଘର : ରାଇଘର ବଜାରର ସମସ୍ତ ଦୋକାନୀ ଏବଂ ବ୍ୟବସାୟୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଗରୁ ବ୍ୟବସାୟୀ ସଂଘ କାର୍ଯ୍ୟକ୍ରମ କରାଯାଉନ ଥିବାବେଳେ ଆଜି ନୂତନ କରି ପୁଣିଥରେ ସଂଘକୁ ସୁ-ପରିଚାଲଣା ପାଇଁ ଗଠନ କରାଯାଇଛି । ସଭାରେ ବ୍ୟବସାୟୀଙ୍କ ସଭାପତି, ଉପସଭାପତି, ସମ୍ପାଦକ, ସହସମ୍ପାଦକ, କୋଷାଧ୍ୟକ୍ଷ, ଉପଦେଷ୍ଟା କମିଟି ଚୟନ କରାଯାଇଥିଲା । ସମସ୍ତ ବ୍ୟବସାୟୀଙ୍କ ସହମତରେ ବ୍ୟବସାୟୀ ସଂଘ ସଭାପତି ରୂପେ ସନ୍ତୋଷ ମହାପାତ୍ରଙ୍କୁ ଚୟନ କରାଯାଇଥିଲା । ଉପସଭାପତି ଭିକି ଶ୍ରୀବାସ୍ତବ, ଜଗଦିଶ ପଟ୍ଟନାୟକ, ପିଜୁସ ମଣ୍ଡଳ, ଗଙ୍ଗା ରାଜୁ,ସମ୍ପାଦକ ଭାବେ ଦେବ୍ରତ ବିଶ୍ୱାସଙ୍କୁ ଚୟନ କରାଯାଇଥିଲା । ସେହିଭଳି ସହ ସମ୍ପାଦକ ଭାବେ ଶଙ୍କର ବାଛାଡ଼ ଏବଂ ରାଜେଶ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଭାବେ ଦିନେଶ କରଙ୍କୁ ମନୋନୀତ କରିଥିବାବେଳେ, ଉପଦେଷ୍ଟା ମଣ୍ଡଳୀରେ ଅଜୟ ଦାସ, ସୁବ୍ରତ ସାହା, ଭାସ୍କର ଦଣ୍ଡସେନା, ସୁଶୀଲ ବର୍ମାନ, ବିଶୁ ସିଲ,ରଞ୍ଜିତ କୁମାର ପାଣିଗ୍ରାହୀଙ୍କୁ ଚୟନ କରାଯାଇଥିଲା । ସଦସ୍ୟ ମଣ୍ଡଳୀରେ ବୀରେନ୍ଦ୍ର ୟାଦବ, ମୋହନ ସାହୁ, ସଞ୍ଜୟ ସାହା, ଲଖିନାଥ ଗୌଡ଼, ଏମ.ଡି ଆସଲମ, ରିଜୱାନ ଅଲି,ରୂପକ ମିର୍ଧା ଙ୍କୁ ଆଜିର ବ୍ୟବସାୟୀ ସଂଘରେ ମନୋନୀତ କରାଯାଇଛି ।