ଫେବୃଆରୀରୁ ସାଂଘାତିକ ତାତି!

ଫେବୃଆରୀରୁ ସାଂଘାତିକ ତାତି!

ଭୁବନେଶ୍ୱର:ରାଜ୍ୟରେ ଧୀରେ ଧୀରେ ଉପରମୁହାଁ ହେଉଛି ପାରଦ । ଫେବୃଆରୀରୁ ଦେଖିବାକୁ ମିଳିଛି ସୂର୍ୟ୍ୟଙ୍କ କୋପ । ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ଵାଭାବିକଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଅଧିକ ରହିଛି ତାପମାତ୍ରା । ଚଳିତବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ବର ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଛି । ଗତକାଲି ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୩୫.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଅନୁଗୁଳରେ, ଯାଜପୁର, ଝାରସୁଗଡ଼ା ସମେତ ୮ ସହରରେ ୩୫ ଡିଗ୍ରି ସେଲସିୟସ ଉପରେ ରହିଛି ଦିନ ତାପମାତ୍ରା । ଅନୁରୂପ ଭାବେ ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରହୁଛି । ଉପକୂଳ ଓଡ଼ିଶା ସମେତ ଅନୁଗୁଳ ଏବଂ ଢେଙ୍କାନାଳରେ ଏବେ ତାତି ଅସମ୍ଭାଳ ହୋଇଥିବା ବେଳେ ଆସନ୍ତା ୧୯ ତାରିଖ ମଧ୍ୟରେ ସାଂଘାତିକ ତାତି ଅନୁଭୁତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ଆଗାମୀ ୭ ଦିନ ରାଜ୍ୟରେ ଶୁଖିଲା ପାଗ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।