"ପକ୍ଷୀ ପାଇଁ ଦିନଟିଏ' କାର୍ଯ୍ୟକ୍ରମ 

 ନୂଆପଡା  : ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକ୍ ଆମାନାରା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ୍, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଲକ୍ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲ କର, ଜିଲ୍ଳା ପରିଷଦ ସଦସ୍ୟା ଉମା ଠାକୁର, ତହସିଲଦାର  ପ୍ରଣବ ରଞ୍ଜନ ସାହୁ , ସ୍ଥାନୀୟ ସରପଞ୍ଚ   ବଙ୍ଗେଶ୍ୱରୀ  ସିନ୍ହା, ସମିତି ସଭ୍ୟା ନୂତନ ନାଏକ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ କ୍ଷ ନୂଆପଡ଼ା ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ୱାଗତ କରି ଶିବିରର ଉଦେ୍ଦଶ୍ୟ ଜ୍ଞାପନ କରିବା ସହିତ ସଭା ପରିଚାଳନା କରିଥିଲେ । ସଭାରେ ସମସ୍ତ ଅତିଥିଙ୍କ ସହ ଉପନିଦେ୍ର୍ଦଶକ ହସ୍ତଶିଳ୍ପ ପୁଷ୍ପରଞ୍ଜନ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୁ୍ୟମ୍ନ କୁମାର ରାଉତରାୟ, ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ସମୀର ମୁଦୁଲି, ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ନାୟକ, ପିଡି ୱାଟର ଶେଡ ରଶ୍ମି ରଞ୍ଜନ ପାତ୍ର, ଉଦ୍ୟାନ କୃଷି ଉପନିଦେ୍ର୍ଦଶକ ହରେକୃଷ୍ଣ ଚାନ୍ଦ ହାଁସଦା, ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ ପ୍ରମୁଖ ଯୋଗଦେଇଥିଲେ । ଏହାଦ୍ୱାରା ବହୁ ମାତ୍ରାରେ ପ୍ରବାସୀ ଶ୍ରମିକ ପଳାୟନକୁ ରୋକା ଯାଇପାରିଛି । ପଂଚାୟତରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩୦୦ ଦିନରୁ ଅଧିକ କାମ କରିଥିବାରୁ ସଭାରେ ୧୩ ଜଣ ପୁରୁଷ ଓ ମହିଳା ଶ୍ରମିକ ମାନଙ୍କୁ  ଜିଲ୍ଲାପାଳ ଏବଂ ଅତିଥିମାନେ ସମ୍ମାନିତ କରିଥିଲେ । ଆକାଂକ୍ଷି ଜିଲ୍ଲା ହିସାବରେ ପ୍ରତି ଶ୍ରମିକ ପରିବାରଙ୍କୁ ମନରେଗା ଯୋଜନାରେ ୩୦୦ ଦିନର କାମ ସରକାର ଯୋଗାଇ ଦେବେ । ଏଥିରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଲେଖାଏଁ ମିଳିବା ସହ ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ଜିଲ୍ଲାପାଳ ଗ୍ରାମବାସୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।