ସନ୍ତରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 ମାଲକାନଗିରି: ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ଜିଲ୍ଲା ଜରୁରକାଳୀନ ବିଭାଗ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଯୁବପିଢୀଙ୍କ ପାଇଁ ସନ୍ତରଣ ଓ ପାଣିରେ ବୁଡ଼ି ବଞ୍ଚିବାର ମୌଳିକ କୌଶଳ ସମ୍ବନ୍ଧୀୟ ଏକ ସନ୍ତରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିଦେ୍ର୍ଦଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ  । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ  ଜରୁରୀକାଳୀନ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ବେହେରା ମଞ୍ଚାସୀନ ଥିଲେ । ପାଣିରେ ବୁଡ଼ି କୌଣସି ପ୍ରାଣହାନି ଜନିତ ଦୁର୍ଘଟଣାକୁ ଏଡ଼ାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ଯୁବପୀଢ଼ିଙ୍କ ପାଇଁ ଉପଯୋଗୀ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।  ପ୍ରଥମ ପର୍ଯ୍ୟାୟରେ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ୩୦ ଜଣିଆ ଅଂଶ ଗ୍ରହଣକାରୀଙ୍କୁ ଓଡ୍ରାଫ୍ ଟିମ୍ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯିବ । ୧୦ ଦଳ ମୋଟ ୩୦୦ ଅଂଶ ଗ୍ରହଣକାରୀଙ୍କୁ ସ୍ଥାନୀୟ ବଣ୍ଡା ବାକୁଲିଗୁଡ଼ା ବନ୍ଧରେ ଓଡ୍ରାଫ୍ ଟିମ୍ ପ୍ରଶିକ୍ଷଣ ଦେବେ । କୋରାପୁଟରୁ ୨୦ ଜଣିଆ ଓଡ୍ରାଫ୍ ଟିମ୍ ଜିଲ୍ଲାରେ ଏହି ପ୍ରଶିକ୍ଷଣ ନିମନ୍ତେ ଯୋଗ ଦେଇଛନ୍ତି । ଜରୁରୀ କାଳୀନ ବିଭାଗ ବରିଷ୍ଠ ରାଜସ୍ୱ ସହାୟକ କୁନା ନାୟକ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ସହଯୋଗ କରିଥିଲେ ।