ମାଦକଦ୍ରବ୍ୟ ବିରୋଧରେ ସଚେତନତା ରଥ
ମାଲକାନଗିରି : ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରିବା, ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସଂପୂର୍ଣ୍ଣ ରୋକିବା ଲାଗି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ନିମନ୍ତେ ମେ ୩୧ ରୁ ଜୁନ୍ ୨୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବ୍ୟାପକ ଜନ ସଚେତନତା ଅଭିଯାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିଦେ୍ର୍ଦଶ କ୍ରମେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଅବକାରୀ ବିଭାଗ ପକ୍ଷରୁ ନିଶା ନିବାରଣ ନିମନ୍ତେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଶୁଭାରମ୍ଭ କରିଛନ୍ତି । ନିଶାଦ୍ରବ୍ୟ ସମାଜ ପାଇଁ କ୍ଷତିକାରକ । ବିଶେଷ ଭାବେ ଯୁବଶକ୍ତି ଏହାର କୁପରିଣାମର ଶିକାର ହେଉଛନ୍ତି । ତେଣୁ ଏହି ରଥ ଜିଲ୍ଲାରେ ଯୁବପିଢିଙ୍କ ସମେତ ଜନ ସାଧାରଣଙ୍କ ମଧ୍ୟରେ ନିଶା ନିବାରଣ ପାଇଁ ସଚେତନତା ସୃଷ୍ଟି କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ନିଶା ନୁହେଁ, ଜୀବନକୁ ବାଛିବା ନିମନ୍ତେ ସଂକଳ୍ପ ନେବା ପାଇଁ ଯୁବ ସମାଜ ଓ ଜନ ସାଧାରଣଙ୍କୁ ଏହି ରଥ ସଚେତନ କରିବ । ଏହି ରଥ ଜିଳ୍ଲାର ସାତଟି ବ୍ଲକ୍ର ୧୧୧ଟି ଗ୍ରାମ ପଞ୍ଚାୟତ ପରିଭ୍ରମଣ କରିବ । ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଅବକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ ।