ପଞ୍ଚମୁଖୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ
ଆନନ୍ଦପୁର : ଆନନ୍ଦପୁର ପୌରପରିଷଦ ରିଂ-ରୋଡ଼ ଛକ ନିକଟ ମୁକ୍ତିତୀର୍ଥ ଆନନ୍ଦଧାମ ପରିସରରେ ଥିବା ପଞ୍ଚମୁଖୀ ସିଦ୍ଧ ହନୁମାନ ମନ୍ଦିରର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି । ପ୍ରତ୍ୟୁଷରୁ କାୟାଶୁଦ୍ଧି ପରେ ୧୦୮ମାନସିକଧାରୀ କଳସ ଶୋଭାଯାତ୍ରାରେ ନଗର ପରିକ୍ରମା କରି ବୈତରଣୀ ନଦୀର ଠାକୁର ଘାଟରେ ପହଞ୍ଚôଥିଲେ । ସେଠାରେ ଯଜମାନ ଦେବରଞ୍ଜନ ସାହୁ ଏବଂ ପନôୀ ସୁନୀତା ସାହୁ ସଂକଳ୍ପ କର୍ତାଭାବେ ପୂଜା କାର୍ଯ୍ୟ ତୁଲାଇଥିଲେ । ବିଧିବଦ୍ଧ ଭାବେ ପୂଜା ସମାପନ ହେବା ପରେ ମାନସିକଧାରୀ ପୂର୍ଣ୍ଣ କଳସ ଆଣି ଶକ୍ତିପୀଠରେ ସ୍ଥାପନ କରିଥିଲେ । ତତ୍ପରେ ସୂର୍ଯ୍ୟପୂଜା, ଗୋପୂଜା, ପଂଚକର୍ମ ଏବଂ ଅଗ୍ନିସ୍ଥାପନା ପ୍ରଭୃତି ପୂଜା କାର୍ଯ୍ୟ ବିଧିପୂର୍ବକ କରାଯାଇଥିଲା । ମଠ ମହନ୍ତ ମହାରାଜ ଆନନ୍ଦ ଦାସ, ସଭାପତି ଦେବରଞ୍ଜନ ସାହୁ ଏବଂ ସମ୍ପାଦକ ଅଜୟ ହୋତାଙ୍କ ସଂଯୋଜନାରେ ୪ ଦିନ ବ୍ୟାପି ଆୟୋଜିତ ହେଉଥିବା ପ୍ରତିଷ୍ଠା ଉତ୍ସବରେ ଦିଗାମ୍ବର ପଣ୍ଡା, ବୃନ୍ଦାବନ ଷଡ଼ଙ୍ଗୀ, ଦେବ ମିଶ୍ର, ମାନସ ରଞ୍ଜନ କର ପ୍ରମୁଖ ପୂଜକ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ପଞ୍ଚମୁଖୀ ହନୁମାନ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ଶତାଧିକ ଭକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସନ୍ଧ୍ୟା ସମୟରେ ପ୍ରବଚକ ଏବଂ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା ।