ମୁଗ ଓ ବିରି ବିହନ ବଣ୍ଟନ

 ଦଶରଥପୁର: ଦଶରଥପୁର ବ୍ଲକ୍ରେ ମୁଗ ବିହନ ଓ କୀଟନାଶକ ଔଷଧ ଚାଷୀଙ୍କୁ ସୁଚାରୁ ବଣ୍ଟନ କରାଯାଇଛି । ବ୍ଲକକୁ ୨୨୭୦ହେକ୍ଟର ମୁଗ, ୩୦୦ହେକ୍ଟର ବିରି ଓ ୨୫ ହେକ୍ଟର ରାଶି ବିହନ ଅନୁଦାନ ମିଳିଥିବା ବେଳେ ଏକର ପିଛା ୮କେଜି ବିହନ,ଏକର ପ୍ରତି ୪କିଗ୍ରା ବୋରନ, ଅର୍ଗାନିକ ପିଏସବି ୧ଲିଟର, ଆରକଲଚର ୨୦୦ମିଲିଲିଟର, ଟାଇକ୍ରୋ ଡ୍ରମା ବିରିଡି ୮୦ଗ୍ରାମ, ପେଣ୍ଡି ମେଥାଲିନ ୬୦୦ଗ୍ରାମ ଏକର ପିଛା ଇନପୁଟ ସବସିଡି ଆକାରରେ ମିଳିବ ବୋଲି ଦଶରଥପୁର ବ୍ଲକ ପାଇଁ ମୁଗ ବିହନ ବଂଟନ ଦାୟିତ୍ୱରେ ଏନଜିଓ ସିଡର ବ୍ଲକ କୋଅରଡିନେଟର ଆଲୋକ ଦାସ ସୂଚନା ଦେଇଛନ୍ତି । ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବ୍ଲକ୍ କୃଷିବିଭାଗ ସଜାଗ ଥିବା ବେଳେ, ପଞ୍ଚାୟତ ସ୍ତରରେ ଲୋକ ପ୍ରତିନିଧି, ବିଜେପି ଓ ବିଜେଡି କର୍ମୀ ସୁଷମ ବଂଟନ ପାଇଁ ସହଯୋଗ କରୁଥିବାର ଲକ୍ଷ କରାଯାଇଛି ।