ବ୍ୟାସନଗର ନାଗରିକ କମିଟିର ବାର୍ଷିକ ବୈଠକ
ବ୍ୟାସନଗର: ବ୍ୟାସନଗର ନାଗରିକ କମିଟିର ୨୪ତମ ସାଧାରଣ ବୈଠକ ବ୍ୟାସସରୋବର ଜଗନ୍ନାଥ ମନ୍ଦିର ପରିସରରେ ସଭାପତି ଡ଼ଃ ହେମନ୍ତ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଦୁର୍ଯେ୍ୟାଧନ ରାଉତ ବାର୍ଷିକ ବିବରଣୀ ପାଠ ସହ ସଭାପରିଚାଳନା କରିଥିଲେ । ବୈଠକରେ ବରିଷ୍ଠ ସଭ୍ୟ ଚନ୍ଦ୍ରମଣି ସାମଲ, ହୃଷିକେଶ ସାହୁ, ପ୍ରସନ୍ନ ସାମଲ, ଡ. ଗୌରୀଶଙ୍କର ଷଡ଼ଙ୍ଗୀ, ଡ. ପ୍ରମୋଦ ଶତପଥି, ହୃଦାନନ୍ଦ ସାମଲ, ସାମ୍ବାଦିକ କୃଷ୍ଣଚନ୍ଦ୍ର ସାମଲ, ଚିନ୍ତାମଣି ପାଢ଼ୀ, ନିତ୍ୟାନନ୍ଦ ମହାଳିକ, ସମାଜସେବୀ ରାଜେନ୍ଦ୍ର ବିଶ୍ୱାଳ, ହେମନ୍ତ ଧୀର, ଶିକ୍ଷାବିତ ଅଶ୍ୱିନୀ ଦାଶ, ଡ. ଅକ୍ଷୟ ପଣ୍ଡା, ବିଭୂତି ଭୂଷଣ ପାଲ, ବ୍ରଜେଶ୍ୱରୀ ସିଂ, ମହେଶ ଧଳ, ନରେନ୍ଦ୍ର ଜେନା, ସଦାଶିବ ଦାଶ, ଇଂ ବିଶ୍ୱଜିତ ମହାନ୍ତି, ଦାମୋଦର ପଣ୍ଡା, ନିରଞ୍ଜନ ଘଡେଇ, ସୁଧାନିଧି ମହାପାତ୍ର, ରଘୁନାଥ ବେହେରା, ଶର୍ମିଲା ଦେଓ, କୈଳାଶ ଚନ୍ଦ୍ର ଜେନା, ଭାଗିରଥି ଆଚାର୍ଯ୍ୟ, କୈଳାଶ ଚନ୍ଦ୍ର ପରିଡା, ମାଧବାନନ୍ଦ ବଳ, ଜ୍ଞାନରଞ୍ଜନ ରାଉତ, ସରୋଜ ଦେ, ମନୋଜ ନାୟକ, ପୁରୁଷୋତମ ସାହୁ, ଅଭିମନୁ୍ୟ ରାଉତ, ନିର୍ମଳ ଜେନା, ନୀଳକଣ୍ଠ ଯେନା, କାର୍ତିକ ଜେନା, ସହଦେବଜେନା, ସୁନୀଲ ମୁଣ୍ଡା, ଗଣେଶ ପାତ୍ର, ବିକାଶ ଦାଶ ପ୍ରମୁଖ ଯୋଗଦେଇ ବ୍ୟାସନଗର ବିଭିନ୍ନ ସମସ୍ୟା ଯଥା ଯାଜପୁର ରୋଡ ନାମ ପରିବର୍ତନ କରି ବ୍ୟାସନଗର କରାଯିବା ଏବଂ ରେଲୱେ ଷ୍ଟେସନ ନାମ ଯାଜପୁର କେନ୍ଦୁଝର ରୋଡ଼ ପରିବର୍ତନ, ରେଲୱେ ଡିଭିଜନ କରାଯିବା, ଟ୍ରାଫିକ ସମସ୍ୟା ସମାଧାନ ପାଇଁ ଟ୍ରାଫିକ ଥାନା ଓ ଟ୍ରାଫିକ ପୁଲିସ ମୃତୟନ, ଯାଜପୁର ରୋଡ କୁ ସବଡ଼ିଭିନ ମାନ୍ୟତା ପ୍ରଦାନ ଦାବି, ଡ୍ରେନେଜ ସମସ୍ୟାର ଦୂରୀକରଣ, ପରିବେଶ ପ୍ରଦୂଷଣ ମୁକ୍ତ ବ୍ୟାସନଗର, ଟାଉନ ବସ ଚଳାଚଳ, ସମସ୍ତ ଦ୍ରୁତଗାମୀ ଟ୍ରେନର ରହଣି, ଓ ମାଲଗୋଦାମ ପଟରେ ନୂତନ ଟିକେଟ ବୁକିଂ କାଉଣ୍ଟର ସମେତ ମାଲ ଗୋଦାମ ପଟ ଫୁଟ୍ ଓଭରବ୍ରିଜକୁ ଷ୍ଟେସନ ବାହାର ପର୍ଯନ୍ତ ସମ୍ପ୍ରସାରଣ ଇତ୍ୟାଦି ସମସ୍ୟା ଉପରେ ଆଲୋଚନା କରାଯାଇ ତାର ସମାଧାନ ପାଇଁ ପଦକ୍ଷପ ନେବାକୁ ନିଷ୍ପତି ନିଆଯାଇଥିଲା ।