ଶଙ୍ଖଚିଲା ପିଏଚ୍ସି : ନିର୍ମାଣ ଆରମ୍ଭରୁ ଦୁର୍ନୀତିର ଗନ୍ଧ
ଯାଜପୁର : କୋରେଇ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିନ ଶଙ୍ଖଚିଲା ପିଏଚସିର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି । କିନ୍ତୁ ପିଏଚ୍ସି ଗୃହ ନିର୍ମାଣ ଆମ୍ଭରୁ ଦୁର୍ନୀତିର ଗନ୍ଧ ବାରି ହେଇପଡ଼ୁଛି । କୋଟିଏରୁ ଅଧିକ ଟଙ୍କାର କାର୍ଯ୍ୟ ମାସାଧିକ ସମୟ ହେଲା ଚାଲିଥିଲେ ହେଁ ଏଯାବତ୍ କିନ୍ତୁ ସୂଚନା ଫଳକର ଦେଖାନାହିଁ । ଫଳକ ଠିଆ ହୋଇଛି ସତ ହେଲେ ପ୍ରକଳ୍ପ ବାବଦରେ ସୂଚନା ଲେଖାଯାଇନି । ବିନା ସୂଚନାରେ କର୍ଯ୍ୟ ଚାଲୁଥିବାରୁ ପ୍ରକଳ୍ପ ବାବଦରେ ସାଧାରଣ ଜନତା ଅନ୍ଧାରରେ ଅଛନ୍ତି । ପିଏଚସି ନିର୍ମାଣ ପାଇଁ କେଉଁ ବିଭାଗରୁ କେତେ ଟଙ୍କା ବରାଦ ହୋଇଛି, ଠିକାଦାର କିଏ, କାର୍ଯ୍ୟାରମ୍ଭ ତାରିଖ ଏବଂ ଶେଷ ତାରିଖକୁ ଅନ୍ଧାରରେ ରଖାଯାଇ କାର୍ଯ୍ୟ କରାଯାଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁଦାନ ପ୍ରାପ୍ତ ପିଏଚସି ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ନିର୍ମାଣ ବିଭାଜନ ଯାଜପୁର-୧ ଦ୍ୱାରା କରାଯାଉଥିବା ବେଳେ ଉକ୍ତ ବିଭାଗ କୌଣସି ବି ଅଧିକାରୀ କାର୍ଯ୍ୟସ୍ତଳରେ ପାଦ ପକାଉ ନାହାନ୍ତି । ଯାହାର ସୁଯୋଗ ନେଇ ପେଟି ଠିକାଦାର ମନମାନିରେ କାର୍ଯ୍ୟ କରୁଥିବାର ଅଭିଯୋଗ ହେଉଛି । ଗୋଟେ ପଟେ ବିନା ସୂଚନା ଫଳକରେ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ବାଲି ବଦଳରେ ମାଟି-ମୋରମ ଫିଲିଂ କରାଯାଇ ଇଟା ଯୋଡ଼େଇ କରାଯାଉଛି । ପିଏଚସି କାର୍ଯ୍ୟ ଅଧୁନା ପ୍ଲିନ୍ଥ ଲେବୁଲ ପର୍ଯ୍ୟନ୍ତ ହୋଇସାରିଛି । ମାଟି ତଳୁ ପ୍ଲିିନ୍ଥ ଲେବୁଲ ପର୍ଯ୍ୟନ୍ତ ପ୍ରତ୍ୟେକ କୋଠରୀକୁ ମଜବୁଦ କରିବାକୁ ବାଲି ଭର୍ତି କରିବାର ନିୟମ ରହିଛି । ହେଲେ ଏଠି ଠିକାଦାର ବାଲି ବଦଳରେ ମାଟି-ମୋରମ ଫିଲିଂ କରିବା ପୂର୍ବକ ଦୁର୍ନୀତିକୁ ଆପଣାଇଥିବା ବେଳେ ଗ୍ରାମ୍ୟ ନିର୍ମାଣ ବିଭାଜନର ତଦାରକ ଅଧିକାରୀ ପାଟି ଫିଟାଉ ନାହାନ୍ତି । କାର୍ଯ୍ୟ ଜଣେ ଠକିଦାର ପାଇଥିବା ବେଳେ ଶାସକ ଦଳର ବୋଲକରା ବୋଲି କୁହାଯାଉଥିବା କିଛି ପେଟି ଠିକାଦାର ପ୍ରକଳ୍ପ ନିର୍ମାଣକୁ ହାତେଇ ନେଇ କାର୍ଯ୍ୟ କରୁଛନ୍ତି । ନିମ୍ନମାନର କାର୍ଯ୍ୟ କରାଯାଉଥିବାରୁ ପେଟି ଠିକାଦାର ଦିନରାତି ୨୪ ଘଣ୍ଟା ଧରି କାର୍ଯ୍ୟ କରି ଚାଲିଥିବାର ଦେଖିବାକୁ ମିଳିଛି । ତେବେ ଗ୍ରାମ୍ୟ ନିର୍ମାଣ ବିଭାଜନ ଯନ୍ତ୍ରୀ ରସାନନ୍ଦ ବାରିକଙ୍କ ମତାମତ ନେବାରୁ ସେ ବାହାରେ ଅଛନ୍ତି ବୋଲି କହି କଥାକୁ ଟାଳି ଦେଇଥିବା ବେଳେ ଏସ୍ଡିଓ ବାସନ୍ତିମଣି ହାସଁଦାଙ୍କ ଯୋଗା ଯୋଗ କରିବାରୁ ତାଙ୍କ ଫୋନ ସୁଇଚ ଅପ ରହିଥିଲା । କିନ୍ତୁ ଆମକୁ ମିଳିଥିବା ଖବର ମତେ ଶଙ୍ଖଚିଲା ପିଏଚସି ଗୃହ ନିର୍ମାଣ ପାଇଁ କୋଟିଏ ୪ଲକ୍ଷଟଙ୍କା ବିଭାଗ ପକ୍ଷରୁ ବରାଦ ହୋଇଛି । ପାଣିକୋଇଲି ଅଞ୍ଚଳର ଜନୈକ ଠିକାଦାର କାର୍ଯ୍ୟ ହାତେଇଥିବା ବେଳେ, ପେଟି ଠିକାଦାର ଦ୍ୱାରା କାର୍ଯ୍ୟ କରାଯାଉଛି । ପେଟି ଠିକାଦାର ଶାସକ ଦଳର ହୋଇଥିବାରୁ ସମସ୍ତ ନିୟମ କାନୁନକୁ ଜଳାଜଞ୍ଜଳି ଦେଇ କାର୍ଯ୍ୟ କରିଚାଲିଛନ୍ତି । ପିଏଚସି କାର୍ଯ୍ୟ ପ୍ଲିନ୍ଥ ଲେବୁଲ ପରେ ଇଟା ଯୋଡ଼େଇ କାର୍ଯ୍ୟ କରାଯାଉଛି । କିନ୍ତୁ ପ୍ଲିନ୍ଥ ଢଳେଇ ପଡ଼ିବା ପୂର୍ବରୁ କଂଚାମାଲର ଲାବ୍ରୋଟୋରି କରାଯିବା କଥା । ହେଲେ ବିଭାଗ ପକ୍ଷରୁ ସେଭଳି କିଛି କରାଯାଇନି । କହିବାକୁ ଗଲେ କାର୍ଯ୍ୟ ଆରମ୍ଭ ପୂର୍ବ ଏବଂ ପରେ କଞ୍ଚାମାଲ ଟେଷ୍ଟିଂ କରିବାର ବିଧେୟ ରହିଛି । ଅନ୍ୟପକ୍ଷରେ ଇଟା ଯୋଡେଇ ପୂର୍ବରୁ ତଳ ପ୍ଲିନ୍ଥର ଫିଟିନେସ କେତେ ରହିଛି ତାହା ବିଭାଗୀୟ ଯନ୍ତ୍ରୀ କରିବା କଥା । ହେଲେ ସ୍ଥାନୀୟଙ୍କ ଅଭିଯୋଗ ମତେ ବିଭାଗ ପକ୍ଷରୁ ଏସବୁ କରାଯାଇନି । ପ୍ଲିନ୍ଥ ଢଳେଇରେ ସିମେଣ୍ଟ, ବାଲି ଓ ଚିପ୍ସର