ପାକିସ୍ତାନୀ ଗଲେ, ବାଂଲାଦେଶୀ କେବେ?

ବାଲିପାଟଣା : ସାରା ଭାରତବର୍ଷର ସାଧାରଣଜନତା ଆଜି ଆତଙ୍କବାଦ ବିରୁଦ୍ଧରେ ଦୃଢ ପ୍ରତିବାଦ କରୁଥିବା ବେଳେ, ଭାରତ ସରକାର ପାକିସ୍ଥାନୀ ନାଗରିକଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ କଡ଼ା ନିଦେ୍ର୍ଦଶ ଜାରି କରିଛନ୍ତି  । ଏହା ଏକ ସମୟୋଚିତ୍ ପଦକ୍ଷେପ  । କିନ୍ତୁ ଏହି ସମୟରେ ବାଂଲାଦେଶର ନାଗରିକ ମାନଙ୍କୁ ମଧ୍ୟ ଦେଶରୁ ବହିଷ୍କାର କରିବାର ଆବଶ୍ୟକତା ରହିଛି । କାରଣ ବର୍ତ୍ତମାନର ବାଂଲାଦେଶ ସରକାରର ଭାରତ ବିରୋଧୀ ମନୋବୃତ୍ତି ଓ ହଜାର ହଜାର ସଂଖ୍ୟାରେ ସେ ଦେଶର ଲୋକମାନେ ଭାରତରେ ରହି ଆମ ଦେଶ ବିରୁଦ୍ଧରେ କାର୍ଯ୍ୟ କରୁଥିବା ସନେ୍ଦହ କରାଯାଉଛି  । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ଅଧିକାଂଶ ଘଟଣାରେ ସେମାନେ ସଂପୃକ୍ତ ରହୁଥିବା ଅସମ୍ଭବ ନୁହେଁ  ।
ଏହି ପରିପ୍ରେକ୍ଷୀରେ ବାଲିପାଟଣା ନିକଟସ୍ଥ ଅନେକ୍ ଅଞ୍ଚଳରେ ସରକାରୀ ଓ ଗୋଚର ଜମିରେ ବାଂଲାଦେଶୀ ମାନେ ଜବରଦଖଲ କରି ଘର ତିଆରି କରି ରହୁଛନ୍ତି  । ସେମାନଙ୍କ ସଂଖ୍ୟା ଅସ୍ତେ ଆସ୍ତେ ବୃଦ୍ଧି ପାଇ ଚାଲିଛି  । ସ୍ଥାନୀୟ କିଛି ଦଲାଲଙ୍କ ମାଧ୍ୟମରେ ସେମାନେ ଆଧାର କାର୍ଡ ସହିତ ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ପାଉଛନ୍ତି  । କେହି କେହି ଜମି କିଣି ଘରଦ୍ୱାର ମଧ୍ୟ ନିର୍ମାଣ କରି ରହିଲେଣି  । କିନ୍ତୁ ସେମାନଙ୍କର୍ ଭାରତ ପ୍ରତି ଆନୁଗତ୍ୟ ରହିଥିବା ପ୍ରତୀୟମାନ ହୁଏନାହିଁ  । ସ୍ଥାନୀୟ ଲୋକମାନେ ସେମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ  ଗତ ୨୦୨୨ ମସିହାରେ ବାଲିପାଟଣା ତହସିଲଦାରଙ୍କୁ ଜବରଦଖଲ ଜାଗାରୁ ଉଚ୍ଛେଦ ପାଇଁ ଦରଖାସ୍ତ କରିଥିଲେ  । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ମଧ୍ୟ ଯଥାବିଧି ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ଉଚ୍ଛେଦ ପାଇଁ ନିଦେ୍ର୍ଦଶ ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନଥିଲା  । ପୁନର୍ବାର ୨୦୨୩ରେ ମଧ୍ୟ ତହସିଲଦାରଙ୍କୁ ଜଣାଯାଇଥିଲା  । ତାହା ସ୍ଥାନୀୟ କିଛି ଦଲାଲ ସେମାନଙ୍କୁ ସହଯୋଗ କରିବା ଯୋଗୁଁ ସରକାରୀ ଅଧିକାରୀ ଚୁପ୍ ରହିଯାଇଥିଲେ  । ଅନ୍ୟ ଉପାୟ ନପାଇ ଗ୍ରାମବାସୀମାନେ ବିଭାଗୀୟ ପ୍ରମୁଖ ସଚିବ, ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଅଭିଯୋଗ କରିବାପରେ ଜିଲ୍ଲାପାଳ ୧୪ ଅଗଷ୍ଟ ୨୦୨୪ ରେ ଚିଠି ନମ୍ବର ୯୮୨୫ରେ ତହସିଲଦାରଙ୍କୁ କଡା ନିଦେ୍ର୍ଦଶ ଦେଇ ତୁରନ୍ତ ୧୫ ଦିନ ମଧ୍ୟରେ ଗୋଚର ଜାଗା ପ୍ଲଟ ନମ୍ବର ୧୨୦୬ରୁ ଉଚ୍ଛେଦ ପାଇଁ କହିଥିଲେ ମଧ୍ୟ ଏହା ଆଜି ପଯ୍ୟନ୍ତ ସମ୍ଭବ ହୋଇପାରିନାହିଁ । ବାରମ୍ବାର ସରପଞ୍ଚଙ୍କ ତରଫରୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଛି  । ଆଇନର ରକ୍ଷକମାନେ ଭକ୍ଷକ ସାଜିଥିବାରୁ ଆଇନ ବାଟବଣା ହେଉଛି ବୋଲି ସାଧାରଣ ଲୋକେ ଅଭିଯୋଗ କରୁଛନ୍ତି  ।