ପାରାଦୀପ ପୋର୍ଟ ମଜଦୁର ସଂଘ ବିଜୟ : ସର୍ବନିମ୍ନ ୧୯ ଦିନର ନିଶ୍ଚିତ ମଜୁରୀ ପାଇବେ ଶ୍ରମିକ 

ପାରାଦୀପ : ଦୀର୍ଘ ଦିନ ପରେ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ (ପିଆଇସି) କମ୍ପାନୀ ଅଧୀନରେ ଜାହାଜରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ସର୍ବନିମ୍ନ ୧୯ ଦିନର ନିର୍ଭରୋକ୍ତି ବା ନିଶ୍ଚିତ ମଜୁରୀ ଦେବା ନିମନ୍ତେ "ପାରାଦୀପ ପୋର୍ଟ ମଜଦୂର  ସଙ୍ଘ’ ସହିତ କମ୍ପାନୀ ଚୁକ୍ତିନାମା ସ୍ୱାକ୍ଷରିତ କରିଛି । ଏତଦ୍ ବ୍ୟତୀତ କମ୍ପାନୀ ଆଇନ ଅନୁଯାୟୀ ଶ୍ରମିକଙ୍କୁ ଅନ୍ୟାନ୍ୟ ସୁବିଧା ଗୁଡ଼ିକ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ସଂଘ ସଭାପତି ପ୍ରକାଶ ତ୍ରିପାଠୀ ସ୍ପଷ୍ଟ କରିଛନ୍ତି । ଶ୍ରମିକ ନେତା ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱାଧୀନ "ପାରାଦୀପ ପୋର୍ଟ ମଜଦୁର ସଙ୍ଘ’ରେ ସଦସ୍ୟ ଥିବା ଏହି ଶ୍ରମିକଙ୍କ ହକ୍ ହାସଲ ପାଇଁ ସଂଘ ନେତୃମଣ୍ଡଳୀ ବର୍ଷାଧିକ କାଳ ସଂଘର୍ଷ କରିବା ପରେ ବିଜୟ ହାସଲ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ସଙ୍ଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସଭାରେ ଏହି ସଫଳତା ପାଇଁ ଶ୍ରମିକ ମାନେ ସଭାପତି ପ୍ରକାଶ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଅଭିମନୁ୍ୟ ବେହେରା, ସାଧାରଣ ସମ୍ପାଦକ ପରେଶ ମୁର୍ମୁ, ଉପଦେଷ୍ଟା ସର୍ବେଶ୍ୱର ବଳିୟାରସିଂହ, ଉପସଭାପତି ସୁବ୍ରତ ପ୍ରଧାନ, ଯୁଗ୍ମ ସମ୍ପାଦକ ଦିଲୀପ ବଳିୟାରସିଂହ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆତାସବାଜ ଓ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ । ତେବେ ଏ ସମସ୍ତ ଶ୍ରେୟ ପାଇଁ ଶ୍ରମିକ ନେତା ଶ୍ରୀ ତ୍ରିପାଠୀ  ଶ୍ରମିକଙ୍କ ଏକତା, ପ୍ରଶାସନ ଓ କମ୍ପାନୀ କତ୍ତୃପକ୍ଷ ଙ୍କ ସହଯୋଗ ଏବଂ ସଂଘର ନେତୃମଣ୍ଡଳୀଙ୍କ ଉଦ୍ୟମ ଯୋଗୁଁ ଏହି ସଫଳତା ହାସଲ କରିବା ସମ୍ଭବ ହୋଇଥିବାରୁ ସଙ୍ଘ ସଭାପତି ପ୍ରକାଶ ତ୍ରିପାଠି  ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ  ପାରାଦୀପର ସମସ୍ତ ଶ୍ରମିକ ଯଦି ନିଜ ମଧ୍ୟରେ ଭାଗ ଭାଗ ନ ହୋଇ ଦୃଢ଼ ନେତୃତ୍ୱଙ୍କ ସହିତ ଏକଜୁଟ ହୋଇ ରୁହନ୍ତି ବୋଲି ସଂଘ ସଭାପତି ପ୍ରକାଶ ତ୍ରିପାଠି ଦୃଢୋକ୍ତି ପ୍ରକାଶ କରିଛନ୍ତି  ।